Below header

ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପରେ ରାଜ୍ୟବାସୀଙ୍କୁ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: କରୋନାର ମୁକାବିଲା ନେଇ ସତର୍କତା ଅତ୍ୟନ୍ତ ଜରୁରୀ । ଆମେ ଲକଡାଉନ ସମୟକୁ ଫେରିବାକୁ ଚାହୁଁନୁ । ଏଥିପାଇଁ ସତର୍କତା ଓ ସଚେତନତାକୁ ନିଶ୍ଚିତ କରିବାକୁ ପ୍ରାଥମିକତା ଦେଉଛୁ । ବିଶାଳ ଜନସଂଖ୍ୟା ଯୋଗୁଁ ରୋଗ ପ୍ରତିରୋଧକ ଶକ୍ତି ବଢିବାକୁ ସମୟ ଲାଗିବ । ଏଥିପାଇଁ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ। କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନାରେ ଏହି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍‌ ବିରୋଧ ଲଢେଇରେ କେନ୍ଦ୍ରକୁ ସମସ୍ତ ପ୍ରକାର ସହଯୋଗ କରାଯିବ। ଏହାସହ କୋଭିଡ ଟିକା ବାହାର କରିଥିବା ବୈଜ୍ଞାନିକଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ ମୁକାବିଲା ନେଇ ସ୍ୱାସ୍ଥ୍ୟକର୍ମୀ ଓ ପ୍ରଶାସନ ଅନବରତ କାର୍ଯ୍ୟ କରୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.