ପ୍ରି-ପେଡ ୟୁଜର୍ସଙ୍କ ପାଇଁ ଖୁସି ଖବର, ୧୪୯ ଟଙ୍କାରେ ପାଇବେ ଅନଲିମିଟେଡ ଅଫର

ଜିଓ ନିଜ ପ୍ଲାନରେ ଏକ ନୂଆ ନିୟମ ଲାଗୁ କରିଛି। ଏହାକୁ ଆପଣ ଜିଓ ୱେବସାଇଟ ବା ମାଇ-ଜିଓ-ଆପ୍‌ ରେ ଦେଖିପାରିବେ। କେଉଁ ପ୍ଲାନ ଅଧିକ ଲୋକପ୍ରିୟ ସେ ସଂପର୍କରେ ସମସ୍ତ ତଥ୍ୟ ଏଠାରେ ଉପଲବ୍ଧ। ଯଦି ଆପଣ ମଧ୍ୟ ଏହି ୟୁଜର୍ସ ମାନଙ୍କ ମଧ୍ୟରୁ ଜଣେ, ତେବେ ଜାଣି ନିଅନ୍ତୁ ଏହି ପ୍ଲାନ ସଂପର୍କରେ।

ଜିଓ ନିଜ ପ୍ଲାନରେ କୌଣସି ପରିବର୍ତ୍ତନ କରିନାହିଁ। ଆଜି ଆମେ ଜିଓର ସେହି ପ୍ଲାନ ସଂପର୍କରେ କହିବାକୁ ଯାଉଛୁ ।ଭାରତରେ ସବୁଠାରୁ ଅଧିକ ପ୍ରି-ପେଡ ୟୁଜର୍ସ ଅଛନ୍ତି। ପ୍ରି-ପେଡ ୟୁଜର୍ସଙ୍କୁ ଆକୃଷ୍ଟ କରିବା ପାଇଁ ଜିଓ ଏକ ଶସ୍ତା ପ୍ଲାନ ଆଣିଛି।ଏଥିରେ ୨୦୦ରୁ କମ୍‌ ଟଙ୍କାରେ ଜିଓ,ଏୟାରଟେଲ ଏବଂ ଭିଆଇର ପ୍ଲାନ ସଂପର୍କରେ କହିବୁ ।

jio3
pc: bgr.in

ଏୟାରଟେଲ:

ଏହା ୧୪୯ ଟଙ୍କାର ପ୍ରିପେଡ ପ୍ଲାନ ଆଣିଛି। ଯେଉଁଥିରେ ୨ଜିବି ଡାଟା ସହ ୩୦୦ ଏସଏମଏସ ଉପଲବ୍ଧ। ସବୁ ନେଟଓ୍ଵାର୍କକୁ ଅନଲିମିଟେଡ କଲ୍‌ ସହ ୩୦ ଦିନ ପର୍ଯ୍ୟନ୍ତ ଅମାଜନ ପ୍ରାଇମ ଭିଡିଓର ଫ୍ରି ସର୍ଭିସ ମିଳିବ । ଅନ୍ୟଏକ ୧୭୯ଟଙ୍କାର ପ୍ଲାନ ମଧ୍ୟ ରହିଛି। ଏଥିରେ ୧୪୯ ଟଙ୍କା ଭଳି ସବୁ ପ୍ଲାନ ଉପଲବ୍ଧ । ଏହାସହିତ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଭାରତୀ Axa ଜୀବନ ବୀମାର ମଧ୍ୟ ଲାଭ ଉଠାଇପାରିବେ। ଶେଷରେ ୧୯୯ଟଙ୍କାରେ ପ୍ରତିଦିନ ୧ଜିବି ଡାଟା ୨୪ଦିନ ପାଇଁ ମିଳିବ। ଏହାସହ ଅମାଜନ ପ୍ରାଇମ ଭିଡିଓର ଫ୍ରୀ ସବସ୍କ୍ରିପସନ ମଧ୍ୟ ରହିଛି।

ଜିଓ:

ଏଥିରେ ୧୪୯ଟଙ୍କାରେ ପ୍ରତିଦିନ ୧ ଜିବି ଡାଟା ସହିତ ୧୦୦ ଏସଏମଏସ୍‌ ସହ ଜିଓର ସବୁ ଆପର ସବସ୍କ୍ରିପସନ ରହିଛି। ଏହାର ବୈଧତା ୨୪ଦିନ ପାଇଁ ମିଳିବ। ଅନ୍ୟଏକ ପ୍ଲାନରେ ୧୯୯ଟଙ୍କାରେ ୧.୫ଜିବି ଡାଟା ସହ ସବୁ ନେଟଓ୍ଵାର୍କ ପାଇଁ ଅନଲିମିଟେଡ କଲର ସୁବିଧା ରହିଛି। ଏହାର ଲାଭ ୨୮ଦିନ ପାଇଁ ଆପଣ ଉଠାଇପାରିବେ।

jio34
pc: telecom talk

ଭିଆଇ:

ଭୋଡାଫୋନ ଆଇଡିଆରେ ୧୪୮ଟଙ୍କାର ପ୍ଲାନ ରହିଛି। ଏଥିରେ ଦିନକୁ ୧୦୦ ଏସଏମଏସ ସହ ୧ଜିବି ଡାଟା ଏବଂ ସବୁ ନେଟଓ୍ଵାର୍କ ପାଇଁ ଅନଲିମିଟେଡ କଲ ଉପଲବ୍ଧ। ଏହାର ବୈଧତା ୧୮ ଦିନ ପାଇଁ ରହିଛି। ଦ୍ୱିତୀୟ ପ୍ଲାନ ୧୪୯ ଟଙ୍କାରୁ ଆରମ୍ଭ । ଏଥିରେ ୩ଜିବି ଡାଟା ସହ ୩୦୦ ଏସଏମଏସ୍‌ ଏବଂ ୨୮ ଦିନ ପର୍ଯ୍ୟନ୍ତ ଏହାର ବୈଧତା ରହିଛି। ଶେଷରେ ୧୯୯ ଟଙ୍କାର ପ୍ଲାନରେ ୧ଜିବି ଡାଟା , ଅନଲିମିଟେଡ କଲ ଏବଂ ଦିନକୁ ୧୦୦ ଏସଏମଏସ ରହିଛି । ଯାହାର ଲାଭ ଆପଣ ୨୪ ଦିନ ପର୍ଯ୍ୟନ୍ତ ଉଠାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.