ଅତି ଦରକାର ନଥିଲେ ଗଞ୍ଜାମ ଜିଲ୍ଲାକୁ ନ ଆସିବାକୁ ପ୍ରବାସୀ ଓଡ଼ିଆଙ୍କୁ ଅନୁରୋଧ କଲେ ଜିଲ୍ଲାପାଳ

ଗଞ୍ଜାମ (କେ.ନ୍ୟୁଜ): ଦରକାର ନଥିଲେ ଗଞ୍ଜାମ ଜିଲ୍ଲାକୁ ନ ଆସିବାକୁ ପ୍ରବାସୀ ଓଡ଼ିଆଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ। କରୋନାର ଦ୍ୱିତୀୟ ଲହର ପ୍ରଭାବକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଛତ୍ରପୁରଠାରେ ପ୍ରସ୍ତୁତି ବୈଠକ ହୋଇଥିଲା। ଏ ଅବସରରେ ଜିଲ୍ଲାପାଳ ଏଭଳି କହିଛନ୍ତି। ଜିଲ୍ଲାବାସୀଙ୍କୁ ସଚେତନ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି।

ଗୁଜରାଟରେ କରୋନା କାୟା ବିସ୍ତାର କରୁଛି । ସୁରତରେ ୨ ସପ୍ତାହରେ ୧୬୭ ପ୍ରତିଶତ ବଢିଛି ସଂକ୍ରମଣ । ସୁରତ୍‌ରେ ଗଞ୍ଜାମ ଜିଲ୍ଲାର ବହୁ ଲୋକ ବିଭିନ୍ନ କଳକାରଖାନାରେ କାମ କରୁଛନ୍ତି। ଏଥିପାଇଁ ଗଞ୍ଜାମ ଜିଲ୍ଲାର ବଢିଛି ଚିନ୍ତା। କାରଣ ଆଗକୁ ଯାନିଯାତ୍ରା ରହିଛି। ଦଣ୍ଡନାଚ ଓ ଚୈତ୍ର ଯାତ୍ରା ହେବ। ଏ ସମୟରେ ବାହାର ରାଜ୍ୟରେ କାମ କରୁଥିବା ଲୋକେ ଗାଁକୁ ଫେରନ୍ତି। ଜିଲ୍ଲାକୁ ପ୍ରବାସୀ ଓଡ଼ିଆ ଫେରିଲେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ବଢ଼ିବା ଆଶଙ୍କା କରାଯାଉଛି। ତେଣୁ ଅତି ଆବଶ୍ୟକ ନ ପଡିଲେ ବାହାର ରାଜ୍ୟରୁ ନ ଫେରିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.