Below header

ଜଘନ୍ୟ ହତ୍ୟାକାଣ୍ଡ: ଜୀବନରୁ ମାରିଦେବା ପରେ ମୃତଦେହକୁ ବାନ୍ଧି ଡ୍ୟାମରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଉଦଳା(କେନ୍ୟୁଜ୍): ଜଘନ୍ୟ ହତ୍ୟାକାଣ୍ଡ । ହତ୍ୟା ପରେ ମୃତଦେହକୁ ବାନ୍ଧି ଡ୍ୟାମରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସୋନନଦୀ ପଠାରୁ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଦେଓ୍ଵାନବାହାଳି ଗାଁର ରାମାଏ ସିଂ । ସୋମବାର ସେ ହାଟକୁ ଯାଇ ଆଉ ଘରକୁ ଫେରିନଥିଲେ ।

ଗତକାଲି ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ପୂର୍ବ ଶତ୍ରୁତାରୁ ରାମାଏଙ୍କୁ ହତ୍ୟା କରାଯାଇଥିବା ତାଙ୍କ ମାଆ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାରେ ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.