କେମିତି ହୋଇଥିଲା ମାହାଙ୍ଗା କୁସୁପୁର ଗଣହତ୍ୟା? ଘଟଣାସ୍ଥଳରେ ଡେମୋ ଦେଖାଇଲା ହତ୍ୟାକାରୀ ଶିବ ସାହୁ

ମାହାଙ୍ଗା(କେନ୍ୟୁଜ୍): କେମିତି ହୋଇଥିଲା ମାହାଙ୍ଗା କୁସୁପୁର ଗଣହତ୍ୟା। ଘଟଣାସ୍ଥଳରେ ଡେମୋ ଦେଖାଇଲା ହତ୍ୟାକାରୀ ଶିବ ସାହୁ। ୫ ଜଣଙ୍କୁ କେମିତି ହାଣିଲା ଡେମୋ ଦେଖାଇଛି ଶିବ। କଡା ସୁରକ୍ଷା ମଧ୍ୟରେ କ୍ରାଇମ ସିନ୍‌ ରିକ୍ରିଏସନ୍‌ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଗାଁରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

ଘଟଣାସ୍ଥଳରେ SDPO ଓ ମାହାଙ୍ଗା ଥାନା ଅଧିକାରୀ ଉପସ୍ଥିତ ଅଛନ୍ତି। ଅଭିଯୁକ୍ତ ଶିବକୁ ୩ ଦିନିଆ ରିମାଣ୍ଡରେ ନେଇ ମାରାଥନ୍‌ ଜେରା ଚଳାଇଛି ମାହାଙ୍ଗା ପୋଲିସ । କାହିଁକି ଓ କେମିତି ହତ୍ୟା କଲା ? ୫ ଜଣଙ୍କୁ ମାରିଥିବା ଶିବ ସ୍ୱୀକାର କରୁଥିଲେ ବି ତା କଥାରେ କେତେ ସତ ? ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ସନ୍ଦେହ ଘନଉଛି । ବିଭିନ୍ନ ଦିଗରୁ ତଦନ୍ତ ଚାଲିଥିବା ବେଳେ ପୋଷ୍ଟମର୍ଟମ ଓ ଭିସେରା ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.