ଚନ୍ଦ୍ରଯାନ-୩ ସଫଳତା ପରେ ଚର୍ଚ୍ଚାରେ ଓଡ଼ିଆ ବୈଜ୍ଞାନିକ, ପରିବାରକୁ ଛୁଟୁଛି ଶୁଭେଛାର ସୁଅ
ତାଳଚେର ଅଞ୍ଚଳରୁ ଯାଇ ଇସ୍ରୋର ବୈଜ୍ଞାନିକ ହେବା ଏବଂ ଚନ୍ଦ୍ର ଯାନ କୋର କମିଟିର ସଦସ୍ୟ ରହିବା ଗୌରବର କଥା । ଚନ୍ଦ୍ର ଯାନ-୩ର ସଫଳ ଅବତରଣ ପରେ ଶରତଙ୍କ ପରିବାରକୁ ଛୁଟୁଛି ଶୁଭେଛାର ସୁଅ । ତାଙ୍କର ଏଭଳି ସଫଳତା ପରେ ମା ' ସୁଲୋଚନା ଦାସ ଖୁସି ପ୍ରକଟ କରିଛନ୍ତି ।

କେନ୍ୟୁଜ୍(ବ୍ୟୁରୋ): ଚନ୍ଦ୍ରଯାନ-୩ ସଫଳତା ପରେ ଚର୍ଚ୍ଚାରେ ଓଡ଼ିଆ ବୈଜ୍ଞାନିକ । ଅନୁଗୁଳ ତାଳଚେର ନବମିଶ୍ର କଲୋନୀର ବରିଷ୍ଠ ବୈଜ୍ଞାନିକ ଡ଼ ଶରତ ଦାସଙ୍କ ଭୂମିକା କୁ ନେଇ ସମସ୍ତେ ଗର୍ବିତ । ଗତ ୨ ବର୍ଷ ହେବ ତାଙ୍କ ବାପାଙ୍କ ଦେହାନ୍ତ ହୋଇଛି । ଏବେ ମା , ଭାଇ ଓ ଭାଉଜ ତାଳଚେରରେ ରୁହନ୍ତି ।
ତାଳଚେର ଅଞ୍ଚଳରୁ ଯାଇ ଇସ୍ରୋର ବୈଜ୍ଞାନିକ ହେବା ଏବଂ ଚନ୍ଦ୍ର ଯାନ କୋର କମିଟିର ସଦସ୍ୟ ରହିବା ଗୌରବର କଥା । ଚନ୍ଦ୍ର ଯାନ-୩ର ସଫଳ ଅବତରଣ ପରେ ଶରତଙ୍କ ପରିବାରକୁ ଛୁଟୁଛି ଶୁଭେଛାର ସୁଅ । ତାଙ୍କର ଏଭଳି ସଫଳତା ପରେ ମା ‘ ସୁଲୋଚନା ଦାସ ଖୁସି ପ୍ରକଟ କରିଛନ୍ତି ।