ଡକାୟତି କରି ଫେରାର ହେଉଥିବା ବେଳେ ଜଣେ ଅଟକ, ଦୁଇ ଫେରାର

ଶରତ ଚନ୍ଦ୍ର ନାମକ ଜଣେ ବ୍ଯକ୍ତି କାମ ସାରି ନିଜ ଗାଁ ବଡବାରବା ଫେରୁଥି ବା ବେଳେ ୩ ଡକାୟତ ତାଙ୍କ ଉପରେ ଭୁଜାଲିରେ ଆକ୍ରମଣ କରି ବାଇକ, ମୋବାଇଲ ସହ ନଗଦ ୧୦ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ ।

ରାଇକିଆ(କେନ୍ୟୁଜ୍):  ଡକାୟତି କରି ଫେରାର ହେଉଥିବା ବେଳେ ଜଣେ ଅଟକ, ଦୁଇ ଫେରାର । ଘଟଣା ଘଟିଛି ରାଇକିଆ ଥାନା କରଡ଼ା ଘାଟିରେ । ଶରତ ଚନ୍ଦ୍ର ନାମକ ଜଣେ ବ୍ଯକ୍ତି କାମ ସାରି ନିଜ ଗାଁ ବଡବାରବା ଫେରୁଥି ବା ବେଳେ ୩ ଡକାୟତ ତାଙ୍କ ଉପରେ ଭୁଜାଲିରେ ଆକ୍ରମଣ କରି ବାଇକ, ମୋବାଇଲ ସହ ନଗଦ ୧୦ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ ।

ସେହି ସମୟରେ କରଡ଼ା ଗାଁର ଜଣେ ବ୍ୟକ୍ତି ରାଇକିଆ ଆସୁଥିବା ବେଳେ ଶରତ ତାଙ୍କୁ ଲିଫ୍ଟ ମାଗି ପୁଣି ଘାଟି ଉପରକୁ ଯାଇଥିଲେ । ଘାଟିରୁ ଜଣେ ଡକାୟତ ଶରତଙ୍କ ବାଇକ ଘରି ଆସୁଥିବା ବେଳେ ଶରତ ଏବଂ ମାଣିକେଶ୍ବର ଗ୍ରାମବାସୀ ଡକାୟତକୁ କାବୁ କରି ପୋଲିସରେ ଦେଇଥିଲେ । ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.