Below header

ଭଦ୍ରକ:କାଦୁଅ ପଚପଚ ରାସ୍ତାରେ ଆସିଲାନି ଗାଡି, ପୁଣି ଦୋଳାରେ ବୁହାହେଲେ ରୋଗୀ

ଚାନ୍ଦବାଲି(କେନ୍ୟୁଜ୍):  ପୁଣିଥରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବିକାଶର ନଗ୍ନ ଚିତ୍ର ପଦାରେ ପଡିଛି । ଗାଁ ରାସ୍ତା ମାଟି,କାଦୁଅ ପଚପଚ ହୋଇଥିବାରୁ ଗାଁ କୁ ଗଲାନାହି ୪ ଚକିଆ ଗାଡି।  ତେଣୁ ବାଧ୍ୟ ହୋଇ ଜଣେ ୭୦ ବର୍ଷର ବୃଦ୍ଧାକୁ ଦୋଳିରେ ବୋହି ବୋହି ମେଡିକାଲ ନେଲେ ପରିବାର ଲୋକେ । ଏଭଳି  ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଚଡଦିଆ ପଞ୍ଚାୟତର ହରେକୃଷ୍ନପୁର ଗାଁରେ । ଅଭିଯୋଗ ମୁତାବକ ଗାଁର ରାନି ପରିଡା ନାମକ ଜଣେ ବୃଦ୍ଧାକୁ ଝାଡା,ବାନ୍ତି ହେବାରୁ ତୁରନ୍ତ ମେଡିକାଲ ନେବାକୁ  ପରିବାର ଲୋକେ ଭଡାଗାଡିକୁ ଫୋନ କରିଥିଲେ ହେଲେ ଗାଁ ରାସ୍ତା ଭଲ ନାହିଁ ଗାଡି ଗାଁକୁ ଯାଇପାରିବ ନାହିଁ  ବୋଲି କହି ଡ୍ରାଇଭର ମନା କରିଦେଇଥିଲେ।

bhadrak

କିଛି ବିକଳ୍ପ ଉପାୟ ନପାଇବାରୁ  ପରିବାର ଲୋକେ ଏକ ପ୍ଲାଷ୍ଟିକ ଦୋଳିରେ ବୃଦ୍ଧାକୁ ଶୁଆଇ କାନ୍ଧେଇ କାନ୍ଧେଇ ଗାଁରୁ ମୁଖ୍ୟ ରାସ୍ତାକୁ ଆଣିଥିଲେ  ସେଠାରୁ ଏକ ଅଟୋରେ ପାଖ ଚଡଦିଆ  ବଜାରରେ ଚିକିତ୍ସିତ କରାଇ ଘରକୁ ପୁଣି ସେହି ଦୋଳିରେ .ନେଇଥିବା କହିଛନ୍ତି  ପରିବାର ଲୋକେ।  ବାରମ୍ବାର ସ୍ଥାନୀୟ ସରପଞ୍ଚ ଓ ବ୍ଲକ ପ୍ରଶାସନକୁ ଗୁହାରି କଲାପରେ ମଧ୍ୟ ଗାଁକୁ ପକ୍କା ସଡକ ହୋଇପାରୁନଥିବାରୁଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ଗାଁ ଲୋକେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.