ଯାଜପୁର: ବିଂଝାରପୁର ସୟଦପୁର ଗାଁରେ ଅଭାବନୀୟ ଘଟଣା, ପାରିବାରିକ ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଅଭିଯୋଗ

ଯାଜପୁର ଟାଉନ(କେନ୍ୟୁଜ୍):ପାରିବାରିକ ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଅଭିଯୋଗ । ଯାଜପୁର ଜିଲା ବିଂଝାରପୁର ଥାନା ଅନ୍ତର୍ଗତ ସୟଦପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ଶେଖ ଜାହାଙ୍ଗିର । ଜାହାଙ୍ଗିରକୁ ପରିବାରର ସଦସ୍ୟ ହତ୍ୟା କରିଥିବା ତାଙ୍କ ଭାଈ ବିଂଝାରପୁର ଥାନାରେ ଅଭିଯୋଗ କରିଛନ୍ତି । ଘରର ଗେଟ  ପାଖରେ ପଡି କ୍ଷତାକ୍ତ ହୋଇ ପ୍ରବଳ ରକ୍ତସ୍ରାବ ହେଇଥିବା ନେଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ ଜାହାଙ୍ଗିରଙ୍କ ପୁତୁରା। କିନ୍ତୁ ଡାକ୍ତର ସେଠରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଡାକ୍ତରଖାନାରୁ ଜାହାଙ୍ଗିରଙ୍କୁ ଘରକୁ ନେଇଆସିଥିଲେ।

jajpur murder

ଏହି ଖବର କଲିକତାରେ ରହୁଥିବା ଜାହାଙ୍ଗିରଙ୍କ ଜଣେ ଭଣଜାଙ୍କ କାନକୁ କଥା ଗଲାପରେ ଏହାକୁ ଗ୍ରହଣ କରିପାରିନଥିଲେ। କାରଣ ସକାଳେ ଫୋନରେ କଥା ହେଉଥିବା ବେଳେ ଜାହାଙ୍ଗିରଙ୍କୁ ହତ୍ୟା କରାଯିବା ବୋଲି  ଜାହାଙ୍ଗିରଙ୍କ ପୁଅ ଧମକ ଦେଇଥିଲା। ତେଣୁ ମାମୁଁଙ୍କର ସ୍ବାଭାବିକ ମୃତ୍ୟୁ ହୋଇନାହିଁ ତାଙ୍କୁ ମାରିଦିଆଯାଇଥିବାର ଅଭିଯୋଗ ଆଣିଥିଲେ। ଆଉ ଏ ନେଇ ବିଂଝାରପୁର ଥାନାରେ ଫୋନ ଯୋଗେ ଅଭିଯୋଗ କରିଥିଲେ । ଅଭିଯୋଗ ମିଳିବା ପରେ ପୋଲିସ ତିନିଜଣଙ୍କୁ ଅଟକ ରଖି ମରଶରୀରକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ଏହି ଘଟଣାର ଠିକଣା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି ସଂପର୍କୀୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.