Below header

ମାଲକାନଗିରି ଜିଲ୍ଲାପାଳଙ୍କ ନୂଆ ନିୟମ, ସରକାରୀ କର୍ମଚାରୀଙ୍କ କ୍ବାରେଣ୍ଟାଇନ ଅବଧିକୁ ବ୍ୟକ୍ତିଗତ ଛୁଟି ଧରାଯିବ

ମାଲକାନଗିରି(କେନ୍ୟୁଜ୍): କ୍ବାରେଣ୍ଟାଇନ ଅବଧିକୁ ଆଉ  ସରକାରୀ କାର୍ଯ୍ୟ ଦର୍ଶାଇ ପାରିବେନି ସକକାରୀ କର୍ମଚାରୀ। ଏଥିପାଇଁ ନୂଆ ନିୟମ ଜାରି  କରିଛନ୍ତି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ଵାଲ। ଜିଲ୍ଲାପାଳ କହିଛନ୍ତି, ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଛାଡ଼ିଲେ କର୍ମଚାରୀମାନେ ବାଧ୍ୟତାମୂଳକ ଭାବେ ଜିଲ୍ଲାପାଳଙ୍କ ଅନୁମତି ନେବେ। ଛୁଟିରୁ ଫେରିଲେ ସେମାନେ ୧୪ ଦିନ କ୍ବାରେଣ୍ଟାଇନରେ  ରହିବେ। କ୍ବାରେଣ୍ଟାଇନ  ଅବଧିରେ  ସରକାରୀ କାର୍ଯ୍ୟକୁ ସଂଲଗ୍ନ କରାଯାଇ ପାରିବ ନାହିଁ। ଏହି ୧୪ ଦିନ କ୍ବାରେଣ୍ଟାଇନ ଅବଧି ବ୍ୟକ୍ତିଗତ ଛୁଟିରେ ଗଣନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.