Below header

ସମସ୍ତ ଖାଲି ଅକ୍ସିଜେନ ସିଲିଣ୍ଡରକୁ ତୁରନ୍ତ ଭର୍ତ୍ତି କରି ଡାକ୍ତରଖାନାରେ ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ସଚିବଙ୍କ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ):  କାଭିଡ ଚିକିତ୍ସା ପାଇଁ ଖାଲି ଅକ୍ସିଜେନ ସିଲିଣ୍ଡରକୁ ଭର୍ତ୍ତି କରିବାକୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ନିର୍ଦ୍ଦେଶ। ସମସ୍ତ ଖାଲି ସିଲିଣ୍ଡରକୁ ତୁରନ୍ତ ଭର୍ତ୍ତି କରି ଡାକ୍ତରଖାନାରେ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ଡ୍ରଗ୍‌ ଇନ୍‌ସପେକ୍ଟର ଏହାର ନିରୀକ୍ଷଣ କରି ଆବଶ୍ୟକ ସମୟରେ ନିର୍ଦ୍ଧାରିତ ସଂସ୍ଥାକୁ ଖାଲି ସିଲିଣ୍ଡର ପଠାଇବେ। ଏହା ସହ କିଭଳି ଅକ୍ସିଜେନ ସିଲିଣ୍ଡର ପୁଣି ଡାକ୍ତରଖାନାକୁ ଶୀଘ୍ର ଆସିପାରିବ ତାର ମଧ୍ୟ ଅନୁଧ୍ୟାନ କରିବେ। ସିଡିଏମଓ ଓ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସହ ଆଲୋଚନା କରି ୩ରୁ ୪ଟି କୋଭିଡ କେୟାର ସେଣ୍ଟର ପାଇଁ ଏକ ସିଲିଣ୍ଡର ସଂଗ୍ରହ କେନ୍ଦ୍ର ସ୍ଥିର କରିବେ।

ପରିବହନ ପାଇଁ ମଧ୍ୟ ଧ୍ୟାନ ଦେବେ ଡ୍ରଗ୍‌ସ ଇନ୍‌ସପେକ୍ଟର। ସିଲିଣ୍ଡର ପରିବହନ ପାଇଁ ଗାଡ଼ିଗୁଡ଼ିକୁ ଜିପିଏସ ମାଧ୍ୟରେ ନିରୀକ୍ଷଣ କରାଯିବ। ଆବଶ୍ୟକସ୍ଥଳେ ଭଡ଼ାଗାଡ଼ି ମାଧ୍ୟମରେ ମଧ୍ୟ ଅକ୍ସିଜେନ ସିଲିଣ୍ଡର ପରିବହନ କରାଯିବ। ଜନସ୍ୱାସ୍ଥ୍ୟ ବିଭାଗ ପାଣ୍ଠି କିମ୍ବା ଅନ୍ୟ ନିର୍ଦ୍ଧାରିତ ପାଣ୍ଠିରୁ କୋଭିଡ ପରିଚାଳନା ପାଇଁ ଏହାର ଭରଣା କରାଯିବ। ଏନେଇ ସମସ୍ତ ଜିଲ୍ଲାପାଳ, ମୁନିସିପାଲ କମିସନର, ସମସ୍ତ ସରକାରୀ ମେଡିକାଲ କଲେଜ ସୁପରିନ୍‌ଟେଣ୍ଡେଣ୍ଟ ଓ ସିଡିଏମଓଙ୍କୁ ଚିଠି ଲେଖି ଜଣାଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.