କୋଭିସିଲ୍ଡ ପରେ ଆସିଲା କୋଭାକ୍ସିନ ଟିକାର ଦାମ୍, ଜାଣନ୍ତୁ ଡୋଜ୍ ପିଛା କେତେ ଦେବେ ଆପଣ

କେନ୍ୟୁଜ୍(ବ୍ୟୁରୋ): କୋଭିସିଲ୍ଡ ପରେ ଆସିଲା କୋଭାକ୍ସିନ ଟିକାର ଦାମ୍ । ଦର ଧାର୍ଯ୍ୟ କରିଛି ଭାରତ ବାୟୋଟେକ୍ । ରାଜ୍ୟ ସରକାରମାନେ ଡୋଜ୍ ପ୍ରତି ୬୦୦ ଟଙ୍କା ଓ ଘରୋଇ ହସ୍ପିଟାଲଗୁଡ଼ିକ ୧୨ଶହ ଟଙ୍କାରେ କିଣିବେ କୋଭାକ୍ସିନ । ସେହିପରି ବାହାରକୁ ରପ୍ତାନୀ କଲେ ଡୋଜ୍ ପ୍ରତି ୧୫ରୁ ୨୦ ଡରାଲ୍ ଧାର୍ଯ୍ୟ କରିଛି କମ୍ପାନୀ । ଏନେଇ ଭାରତ ବାୟୋଟେକ୍ ଟ୍ଵିଟ୍ କରି ସୂଚନା ଦେଇଛି ।
Bharat Biotech – COVAXIN® Announcement pic.twitter.com/cKvmFPfKlr
— BharatBiotech (@BharatBiotech) April 24, 2021
ପୂର୍ବରୁ କୋଭିସିଲ୍ଡ ଟିକାର ଦାମ ଧାର୍ଯ୍ୟ କରିଥିଲା ସେରମ୍ ଇନଷ୍ଟିଚ୍ୟୁଟ୍ । ରାଜ୍ୟ ସରକାରଗୁଡ଼ିକ ଡୋଜ ପ୍ରତି ୪ଶହ ଟଙ୍କା ଓ ଘରୋଇ ହସ୍ପିଟାଲଗୁଡ଼ିକ ୬ଶହ ଟଙ୍କାରେ କିଣିବେ କୋଭିସିଲ୍ଡ । ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ଟିକା ନିର୍ମାତାଙ୍କଠାରୁ ଟିକା କିଣିବା ପରେ ରାଜ୍ୟଗୁଡିକୁ ବଣ୍ଟନ କରୁଥିଲେ। ଏବେ ୫୦ପ୍ରତିଶତ ଟିକା କେନ୍ଦ୍ର ସରକାର କିଣି ରାଜ୍ୟଗୁଡିକୁ ବାଣ୍ଟିବେ। ଆଉ ବାକି ୫୦ପ୍ରତିଶତ ଟିକା ରାଜ୍ୟ ସରକାର ଓ ଘରୋଇ ଡାକ୍ତରଖାନା କିଣିବେ ।