ରାଜଧାନୀରେ କାୟା ମେଲାଉଛି କରୋନା, ଆଜି ୭୪୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

କେନ୍ୟୁଜ୍(ବ୍ୟୁରୋ):  ଦିନକୁ  ଦିନ ରାଜଧାନୀରେ ବଢୁଛି  କରୋନା ସଂକ୍ରମଣ। ଆଜି ରାଜଧାନୀରୁ  ୭୪୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ  ୧୪୭ ଜଣ କ୍ବାରେଣ୍ଟାଇନରୁ ଥିବା ବେଳେ  ଲୋକାଲ କଣ୍ଟାକ୍ଟ କେସରୁ ୫୯୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ  ଭୁବନେଶ୍ବର ମହାନଗର ନିଗମ  ଟ୍ବିଟ ଯୋଗେ ସୂଚନା ଦେଇଛି। ଏହି ନୂଆ ଆକ୍ରାନ୍ତଙ୍କୁ  ମିଶାଇ ରାଜଧାନୀ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ ହଜାର ୨୩୭କୁ ବୃଦ୍ଧି ପାଇଛି।

 

ବିଏମ୍‌ସିର ସୂଚନା ଅନୁସାରେ ଆଜି ଭୁବନେଶ୍ବରରୁ ୩୯୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ୨୦୨କୁ ବୃଦ୍ଧି ପାଇଛି। ଭୁବନେଶ୍ବରରେ ମୃତକଙ୍କ ସଂଖ୍ୟା ୨୫୧ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୭୬୩ରେ ପହଞ୍ଚିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.