Below header

ରାଜ୍ୟର ସବୁ ଉଚ୍ଚ ମାଧ୍ୟମିକ ଶିକ୍ଷାକୁ ସିବିଏସଇ ପାଠ୍ୟକ୍ରମରେ ରୂପାନ୍ତରିତ କରାଯାଉ : ଓଡିଶା ଅଭିଭାବକ ମହାସଂଘ

କେନ୍ୟୁଜ୍(ବ୍ୟୁରୋ): ଦେଶ ଭିତରେ ଓ ବିଦେଶରେ ପ୍ରାୟ ଦେଶରେ ଉଚ୍ଚ ମାଧ୍ୟମିକ ସ୍କୁଲ ସ୍ତରରେ ସିବିଏସଇ ପାଠ୍ୟକ୍ରମରେ ପାଠ ପଢ଼ାଯାଉଛି । ଦେଶରେ ଆଇ ଆଇ ଟି, ଆଇ ଆଇ ଆଇ ଏମ, ଏନ ଆଇ ଟି, ମେଡିକାଲ ଆଦି ପ୍ରାୟ ସମସ୍ତ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ପ୍ରଶ୍ନ ପ୍ରାୟତଃ ସିବିଏସଇ ପାଠ୍ୟକ୍ରମରୁ ହିଁ ଆସିଥାଏ । ଦେଶରେ ବହୁଳ ଭାବରେ ପ୍ରାୟ ଅଧିକାଂଶ ଅଂଚଳରେ ସିବିଏସଇ ଅନୁମୋଦିତ ସ୍କୁଲ ରହିଥିବାରୁ ବର୍ତମାନ ପ୍ରାୟ ଅଭିବାଦନ ମାନଙ୍କ ଇଛା ରହୁଛି କି ନିଜ ପିଲାଟି କିପରି ସିବିଏସଇ ପାଠ୍ୟକ୍ରମ ସ୍କୁଲ ରେ ପଢିବ ଓ ବିଶେଷ କରି ଇଂରାଜୀ ଭାଷା ଆଧାରିତ ଶିକ୍ଷା ପାଇପାରିବେ । କିଛି ଅଂଚଳରେ ସୁବିଧା ନ ଥିବାରୁ ବାଧ୍ୟ ହୋଇ ଅନ୍ୟ ପାଠ୍ୟକ୍ରମ ରେ ପାଠ ପଢ଼ାଉଛନ୍ତି । ଏପରିକି ଯଦି କେବେ କୌଣସି ଅଭିଭାବକକୁ ନିଜର ଯେ କୌଣସି କରଣ ପାଇଁ ସ୍ଥାନ ପରିବର୍ତ୍ତନ କରିବାକୁ ପଡେ ତେବେ ସିବିଏସଇ ପାଠ୍ୟକ୍ରମ ହେଲେ ତାଙ୍କ ପିଲାମାନେ ପାଠ ପଢ଼ାରେ ଅସୁବିଧାର ସମୁଖୀନ ହେବେ ନାହିଁ ।

ଆମ ରାଜ୍ୟରେ +2 ବା ଉଚ୍ଚ ମାଧ୍ୟମିକ ଶ୍ରେଣୀର ପିଲାମାନେ ସର୍ବଭାରତୀୟ ସ୍ତରରେ ପରୀକ୍ଷାରେ ଟିକେ ପଛରେ ପଡି ଯାଉଛନ୍ତି । ବିଶେଷ କରି ଗଣିତ, ବିଜ୍ଞାନ, ବାଣିଜ୍ୟ କ୍ଷେତ୍ରରେ ପିଲାମାନେ ବହୁତ ଅସୁବିଧାରେ ପଡୁଛନ୍ତି । ତେଣୁ ଆମର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ସମ୍ପୂର୍ଣ ଭାବରେ ସିବିଏସଇ ଅନୁମୋଦିତ ଶିକ୍ଷାରେ ରୂପାନ୍ତରିତ କଲେ ଆମ ପିଲାମାନେ ଆଉ ଅସୁବିଧାରେ ପଡିବେ ନାହିଁ । ଆମର ସମସ୍ତ ଶିକ୍ଷା ବ୍ୟବସ୍ଥାକୁ ସର୍ବଭାରତୀୟ ସ୍ତରରେ ସମକକ୍ଷ କରିବାକୁ ଯେତେବେଳେ ଆମେ ସିବିଏସଇ ଢାଞ୍ଚା ଅନୁକରଣ କରି ସବୁ କୋର୍ସ ସେହି ଅନୁଯାଇ କାର୍ଯ୍ୟକାରୀ କରୁଛେ । ବର୍ତମାନ ସମୟରେ +2 ପାଠ୍ୟକ୍ରମ ସମ୍ପୂର୍ଣ ସିବିଏସଇ ପାଠ୍ୟକ୍ରମ ହେଲେ ପିଲାମାନେ ଦ୍ବନ୍ଦରୁ ମୁକ୍ତି ପାଇବା ସହ ସବୁ ଜାତୀୟ ପରୀକ୍ଷାରେ ଭଲ ଫଳାଫଳ ପାଇପାରିବେ ବୋଲି ଓଡିଶା ଅଭିଭାବକ ମହାସଂଘ ସରକାରଙ୍କୁ ଜଣାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.