ଘର କରିବା ସ୍ବପ୍ନକୁ ଧୂଳିସାତ କରୁଛି ଆବଶ୍ୟକ ସାମଗ୍ରୀର ଦାମ ବୃଦ୍ଧି, ଅହେତୁକ ଭାବେ ବଢିଛି ସିମେଣ୍ଟ ଏବଂ ଲୁହା ଛଡ଼ ଦର

କେନ୍ୟୁଜ୍(ବ୍ୟୁରୋ):  ସମସ୍ତଙ୍କର ସ୍ୱପ୍ନ, ଗୋଟିଏ ସୁନ୍ଦର ଘର। ଏବେ ସେ ସ୍ୱପ୍ନ ପୂରଣ କରିବା ଅଧିକାଂଶ ପାଇଁ କାଠିକର ପାଠ ହୋଇ ପଡିଛି। ସ୍ୱପ୍ନ ସ୍ୱପ୍ନରେ ରହିଯାଉଛି। ତାର ପ୍ରମୁଖ କାରଣ ମହଙ୍ଗା ହୋଇଛି ଘର। ଘର ନିର୍ମାଣ ପାଇଁ ଆବଶ୍ୟକ ସାମଗ୍ରୀର ଦାମ ବହୁ ମାତ୍ରାରେ ବଢି ଯାଇଛି। ଗୃହନିର୍ମାଣ ପାଇଁ ସବୁଠାରୁ ପ୍ରମୁଖ ଉପାଦାନ ସିମେଣ୍ଟ ଓ ଲୁହାଛଡ଼। ସିମେଣ୍ଟ ଦର ୬ମାସ ପୂର୍ବରୁ ପ୍ରାୟ ୨୭୦ଟଙ୍କା ଥିବା ବେଳେ ଏବେ ଏହା ପ୍ରାୟ ୪୧୦ ଟ଼ଙ୍କା ରହିଛି। ସେହିପରି ୮ ମି.ମି. ଓ ୧୦ ମି.ମି. ଲୁହାଛଡ଼ର ଦାମ ମଧ୍ୟ ବହୁଳ ଭାବେ ବଢିଯାଇଛି।

କ୍ୱିଣ୍ଟାଲ ପିଛା ୪୦ପ୍ରତିଶତ ବୃଦ୍ଧି ପାଇଛି। ୬ ମାସ ତଳେ ୬ ହଜାର ଟଙ୍କା ଥିବା ବେଳେ ଏବେଏହା ୧୦ ହଜାର ଟଙ୍କାରୁ ଅଧିକ ହେଲାଣି। ବ୍ୟବସାୟୀମାନେ ମଧ୍ୟ ଅନେକ କ୍ଷତି ସହୁଥିବା କହିଛନ୍ତି। ସେହିପରି ବାଲି, ଚିପ୍‌ସ ଓ ଇଟା, ମଜୁରୀ ଦର ମଧ୍ୟବଢିଛି। ୟୁକ୍ରେନ ଯୁଦ୍ଧ ଯୋଗୁଁ ପେଟ୍ରୋଲ ଓ ଡିଜେଲଦର ବଢିଛି। ସେହିଭଳି ଇସ୍ପାତ ଦର ବହୁଳ ଭାବେ ବଢିଛି। ରୁଷ, ୟୁକ୍ରେନ ଇସ୍ପାତର ରପ୍ତାନୀ ବନ୍ଦ କରିବା ସହ ଚୀନ ମଧ୍ୟ ରପ୍ତାନି ବନ୍ଦ କରିଛି। ଏହାର ପ୍ରଭାବ ଇସ୍ପାତ ଦର ଉପରେ ପଡ଼ିଥିବାରୁ ଲୁହାଛଡ଼ର ଦର ବଢିଥିବା ବ୍ୟବସାୟୀ କହୁଛନ୍ତି।

 ଘର ତିଆରି ପାଇଁ ଆବଶ୍ୟକ ସାମଗ୍ରୀର ଦର ବଢିଥିବାରୁ ଲୋକେ ହଇରାଣ ହେଉଛନ୍ତି। ପୂର୍ବରୁ ଘର କରିଥବା ଲୋକେ ଏବେ ଆଉ ଦ୍ୱିତୀୟ ମହଲା କରି ପାରୁନାହାନ୍ତି। ପୂର୍ବରୁ 2 bhk ପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏବେ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ। ବଢୁଥିବା ଦରକୁ ଦେଖି ଲୋକେ ଘର କରିବାକୁ ସାହସ କରି ପାରୁନାହାନ୍ତି। ଘରର interior ପାଇଁ ଆବଶ୍ୟକ ମାର୍ବଲ, ଟାଇଲ, ଗ୍ରାନାଇଟ, ସାନିଟାରୀ ସାମଗ୍ରୀର ଦର ମଧ୍ୟ ୧୫ରୁ ୨୦ପ୍ରତିଶତ ବଢିଛି। ସିମେଣ୍ଟରୁ ଆରମ୍ଭ କରି ମାର୍ବଲ, ଲୁହାରଡ୍‌ରୁ ଆରମ୍ଭ କରି ବାଲି-ଇଟା ସବୁରେ ଦର ବୃଦ୍ଧି ହୋଇଛି। ଯାହା ଗ୍ରାହକଙ୍କୁ ବାଧୁଛି। ଗ୍ରାହକଙ୍କ ସହ ବ୍ୟବସାୟୀ ମଧ୍ୟ ପ୍ରଭାବିତ ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.