କନ୍ଧମାଳ: ଟିକାବାଲି ଛତିଝାର ଗାଁର ଅଘଟଣା, ପାଣିରେ ବୁଡ଼ି ନାବାଳକ ଭାଇ ଭଉଣୀ ମୃତ

କନ୍ଧମାଳ(କେନ୍ୟୁଜ୍):   ପାଣିରେ ବୁଡ଼ି ନାବାଳକ ଭାଇ ଭଉଣୀ ମୃତ । କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଛତିଝାର ଗାଁ ରେ ଘଟିଛି ଏପରି ଅଭାବନୀୟ ଘଟଣା । ବଡ଼ ମାଆଙ୍କ ସହ ଶାଲୁଙ୍କି ନଦୀକୁ ଗାଧୋଇବାକୁ ଯାଇଥିଲେ ସ୍ଥାନୀୟ ଯୁଧିଷ୍ଠିର ଦେହୁରୀଙ୍କ ପୁଅ ଏବଂ ଝିଅ । ଗାଧୋଇବା ବେଳେ ଉଭୟଙ୍କ ଗୋଡ ଖସିଯାଇଥିଲା ।

ପରେ ଉଦ୍ଧାର କରି ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମାମଲା ରୁଜୁ କରି ତଦନ୍ତ କରୁଛି ଟିକାବାଲି ପୋଲିସ୍‌ । ଘଟଣା ପରେ ସାରା ଟିକାବାଲି ଅଞ୍ଚରେ ଶୋକର ଛାୟା ଖେଳିଯାଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.