ବାଇକକୁ ଧକ୍କା ଦେଇ ଘୋଷାଡି ନେଲା ଟ୍ରକ: ଜଳି ଗଲା ବାଇକ, ଆଖି ବୁଜିଲେ ସ୍ବାମୀ ଓ ସ୍ତ୍ରୀ

ଜଳେଶ୍ବର(କେନ୍ୟୁଜ୍):  ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ରାଜପଥ କୁଣ୍ଡୁପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ ଧକ୍କାରେ ଜଳିଗଲା ବାଇକ ।  ଘଟଣା ସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ଯୁ। ସୂଚନା ଅନୁଯାୟୀ ଜଳେଶ୍ବର ଥାନା ଅନ୍ତର୍ଗତ ସମ୍ପତିଆ ଅଞ୍ଚଳର ଜଣେ ମହିଳା ଏବଂ ପୁରୁଷ ଉଭୟ ବାଇକରେ ବାଲେଶ୍ବରରୁ ଜଳେଶ୍ବର ଫେରିବା ସମୟରେ ପରିସ୍ରା ଲାଗିବାରୁ କୁଣ୍ତପୁର ଛକ ନିକଟରେ ବାଇକ ରଖି ରାସ୍ତା କଡରେ ଛିଡା ହୋଇଥିବା ବେଳେ ବାଲେଶ୍ବର ପଟୁ ଜଳେଶ୍ବର ଅଭିମୁଖେ ଆସୁଥିବା ଏକ ଟ୍ରକ ଦ୍ରୁତ ଗତି ରେ ଆସି ସେମାନଙ୍କ ଉପରେ ଚଢି ଯାଇଥିଲା।

ଫଳରେ ବାଇକଟି ରାସ୍ତାରେ ଘୋଷାରି ହୋଇ ନିଆଁ ଲାଗି ଜଳି ଯିବା ସହ ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ଯୁ ହୋଇଛି।  ସ୍ଥାନୀୟ ଲୋକେ ଅନ୍ଯ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବସ୍ତା ହସପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇ ଥିଲା।  ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ଯୁ ଘଟିଛି। ଘଟଣା ସ୍ଥଳରେ ବସ୍ତା ପୋଲିସ ପହଞ୍ଚି ଟ୍ରକକୁ ଜବତ କରି ଅଧିକ ତଦନ୍ତ କରୁଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.