Below header

କନ୍ଧମାଳ ଆକାଂକ୍ଷା ଜିଲ୍ଲା ପାଇଁ ଆସିଥିବା ସରକାରୀ ଅନୁଦାନ କେତେ ହୋଇଛି ସଫଳ? ସମୀକ୍ଷା କଲେ କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଡ.ସୁବାସ ସରକାର

କନ୍ଧମାଳ(କେନ୍ୟୁଜ୍): ଦୁଇ ଦିନିଆ କନ୍ଧମାଳ ଗସ୍ତରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଡ.ସୁବାସ ସରକାର । କନ୍ଧମାଳ ଆକାଂକ୍ଷା ଜିଲ୍ଲା ପାଇଁ ଆସିଥିବା ସରକାରୀ ଅନୁଦାନ ଏବଂ କେନ୍ଦ୍ରୀୟ ଯୋଜନାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିଛନ୍ତି । ପ୍ରଥମେ ଫୁଲବାଣୀ ସ୍ଥିତ ପଞ୍ଚାୟତ ଭବନ ଠାରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ । ଜିଲ୍ଲାରେ କେନ୍ଦ୍ରୀୟ ଯୋଜନାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଠାରୁ ତଥ୍ୟ ମାଗି ଆଲୋଚନା କରିଥିଲେ ।

ସମୀକ୍ଷା ବୈଠକରେ କନ୍ଧମାଳ ADM ବସନ୍ତ କୁମାର ସାହୁ, PD DRDA ବିଶ୍ୱରଞ୍ଜନ ନାୟକ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ପରେ ଫୁଲବାଣୀ ତିଲକପଡ଼ାରେ ନିର୍ମାଣଧୀନ ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟର ତଦାରଖ କରିବା ସହ ତୁଡ଼ିପାଜୁ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ତେବେ କନ୍ଧମାଳ ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି, ଲୋକଙ୍କ ଅର୍ଥନୈତିକ ଅଭିବୃଦ୍ଧି କିପରି ବୃଦ୍ଧି ପାଇବ ଏବଂ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ବିକାଶ ସହ ଅଧିକ କାର୍ଯ୍ୟ କରିବା ପାଇଁ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.