Below header

ଜଗତସିଂହପୁର: ଶିର୍ଲ ବ୍ରାହ୍ମଣଖଣ୍ଡ ସାଧୁବଟ ଗୋମତି ଆଶ୍ରମରେ ସର୍ବ ଭାରତୀୟ ସନ୍ଥ ମିଳନ ଉତ୍ସବ, ଯୋଗ ଦେଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ

ଜଗତସିଂହପୁର(କେନ୍ୟୁଜ୍):  ଜଗତସିଂହପୁର ଜିଲ୍ଲା ଶିର୍ଲ ବ୍ରାହ୍ମଣଖଣ୍ଡ ସାଧୁବଟ ଗୋମତି ଆଶ୍ରମରେ ସର୍ବ ଭାରତୀୟ ସନ୍ଥ ମିଳନ ଉତ୍ସବ । ସପ୍ତମ ଦିନରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ । ଏହି ଅବସରରେ ଡ. ସାମନ୍ତ କହିଥିଲେ ସତ୍‌ କର୍ମ, ସତ୍‌ ଚିନ୍ତା ଦ୍ୱାରା ମନୁଷ୍ୟ ସୁଖ, ଶାନ୍ତି, ଆନନ୍ଦର ଅଧିକାରୀ ହୋଇପାରିବ । ପୂର୍ବେ ଭାଗବତ ଟୁଙ୍ଗିମାନଙ୍କରେ ସମସ୍ତ ସମସ୍ୟାର ସମାଧାନ ହେଉଥିଲା । ଭାଗବତରେ ସର୍ବଗ୍ରନ୍ଥର ସାରାଂଶ ରହିଛି ।

ଭାଗବତରେ ସମସ୍ତ ସମସ୍ୟାର ସମାଧାନ ଅଛି । ପ୍ରତ୍ୟେକ ମଣିଷ ନିଜର କର୍ମକୁ ଠିକ୍‌ ରାସ୍ତାରେ ରଖି ଈଶ୍ୱରଙ୍କ ଉପାସନା ଓ ତାଙ୍କ ଉପରେ ବିଶ୍ୱାସ ରଖି କାର୍ଯ୍ୟ କରିବା ଉଚିତ୍‌ ବୋଲି କହିଥିଲେ ଡ. ସାମନ୍ତ । ଉତ୍ସବରେ ସାଧୁବଟ ଗୋମତି ଆଶ୍ରମର ପ୍ରତିଷ୍ଠାତା ସଭାପତି ମହନ୍ତ ଅକ୍ଷୟ ଦେବଦାସ ମହାରାଜା ପୌରହିତ କରିଥିଲେ । ବୃନ୍ଦାବନରୁ ଆସିଥିବା ମହନ୍ତ ସଚ୍ଚିଦାନନ୍ଦ ଦାସ ମହାରାଜ, ମହନ୍ତ ହେମକାନ୍ତ ଦାସ ମହାରାଜ, ଦ୍ୱାରିକାରୁ ମହନ୍ତ ରାମସ୍ୱରୂପ ମହାରାଜ, ଚିତ୍ରକୁଟରୁ ଶ୍ରୀୟାରାମ ଦାସ ମହାରାଜ ପ୍ରମୁଖ ଯୋଗଦେଇ ଆଧ୍ୟାତ୍ମିକ ଚିନ୍ତା ଓ ଚେତନା ସମ୍ପର୍କରେ ଅବଗତ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ସାଧୁସନ୍ଥଙ୍କୁ ଡ. ସାମନ୍ତ ସମ୍ବର୍ଦ୍ଧିତ କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.