Below header

କେରଳର ଫସି ରହିଛନ୍ତି ଶତାଧିକ ଓଡ଼ିଆ ଶ୍ରମିକ

ଭୁବନେଶ୍ବର(କେନ୍ୟୁଜ୍) : କେରଳର କୋଚି ଓ ତ୍ରିଭେନ୍ଦ୍ରମରେ ଫସି ରହିଛନ୍ତି ଶତାଧିକ ଓଡ଼ିଆ ଶ୍ରମିକ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ୪ ଜଣିଆ ଟିମ୍ ଯାଇଛି । ସେପଟେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ୟ୍ୟରେ ସହାୟତା ପାଇଁ ଓଡ଼ିଶା ଅଗ୍ନିଶମ ବିଭାଗର ସ୍ୱତନ୍ତ୍ର ଟିମ୍ ମଧ୍ୟ ପଠାଯାଇଛି

କେରଳ ପ୍ରଳୟଙ୍କରୀ ବନ୍ୟାରେ ଫସିଛନ୍ତି ଶତାଧିକ ଓଡ଼ିଆ ଶ୍ରମିକ । କୋଚି ଓ ତ୍ରିଭେନ୍ଦ୍ରମ୍ରେ ଅଟକି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରି ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଖୋର୍ଦ୍ଧା ଶ୍ରମ କମିଶନରଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ କେରଳ ଯାଇଛି । ଏହି ଟିମ୍ ଫସିଥିବା ଶ୍ରମିକଙ୍କୁ ଓଡ଼ିଶା ଆଣିବାକୁ ବ୍ୟବସ୍ଥା କରିବ ।

ଆଗକୁ ପଢ଼ନ୍ତୁ : କେରଳ ବନ୍ୟାରେ ଜୀବେଦୟାର ଦୃଷ୍ଟାନ୍ତ : କୁକୁରଙ୍କ ବିନା ଘର ଛାଡ଼ିଲେ ନାହିଁ ମହିଳା

ସେପଟେ କେରଳରେ ବନ୍ୟା ବିପନ୍ନଙ୍କୁ ଉଦ୍ଧାର ପାଇଁ ସହାୟତାର ହାତ ବଢ଼ାଇଛି ଓଡ଼ିଶା । ରାଜ୍ୟ ଅଗ୍ନିଶମ ବିଭାଗର ସ୍ୱତନ୍ତ୍ର ଟିମକୁ୍ ୭୫ଟି ପାଓ୍ଵାର ବୋଟ୍ ସହ ପଠାଇଯାଇଛି । ଏହି ଟିମରେ ଅଛନ୍ତି ୨୨୫ ଅଗ୍ନିଶମ କର୍ମଚାରୀ ଓ ୧୫ ଜଣ ସୁପରଭାଇଜର । ବାୟୁସେନାର ସ୍ୱତନ୍ତ୍ର କାର୍ଗୋ ଫ୍ଲାଇଟ୍ରେ ଟିମ୍ ସମସ୍ତ ସରଞ୍ଜାମ ଧରି କେରଳ ଯାତ୍ରା କରିଛନ୍ତି । ଅଗ୍ନିଶମ ଡିଜି ବି. କେ ଶର୍ମା କହିଛନ୍ତି, ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ । ଓଡ଼ିଶାରୁ ଏକ ଟିମ୍ ପଠାଇବା ପାଇଁ କେନ୍ଦ୍ର ସରକାର ଅନୁରୋଧ କରିଥିଲେ । ପୂର୍ବରୁ କେରଳ ବନ୍ୟା ପାଇଁ ୫ କୋଟି ଟଙ୍କାର ଆର୍ଥିକ ସହାୟତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.