ଶସ୍ତା ହେଲା ଇଲିସି : ଇଲିସି ଯୋଡ଼ାକୁ ଦେଢ ଶହରୁ ୩୦୦ ଟଙ୍କା

କେନ୍ଦ୍ରାପଡ଼ା (କେନ୍ୟୁଜ୍) : ତିନି ଦିନ ତଳେ କିଲୋ ୨୨ ଶହ ଟଙ୍କା ଥିଲା ଇଲିସି କିନ୍ତୁ ଏବେ କିଲୋ ମାତ୍ର ୨ ଶହ ଟଙ୍କା । ହଠାତ୍ ଖସି ଆସିଛି ସୁଆଦିଆ ମାଛ ଇଲିସିର ଭାଉ । ଫଳରେ ପାରାଦୀପ ମାଛ ବଜାରରେ ନାହିଁ ନଥିବା ଭିଡ଼ । କିଏ ଦୁଇ କିଲୋତ ଆଉ କିଏ କିଣି ନେଉଛି ୫ କିଲୋ ।

ପାରାଦୀପ ମାଛ ବଜାରରେ ଭିଡ଼ ବଜାର ସାରା ଖାଲି ଇଲିସି ଝୁଡି । କିଏ ୨ କିଲେ ତ ଆଉ କିଏ ୫ କିଲୋ କିଣି ନେଉଛନ୍ତି । କାରଣ ଇଲିସି ଏବେ ଖୁବ ଶସ୍ତା । ୩ ଦିନ ତଳେ ଯେଉଁ ଇଲିସି କିଲୋ ପିଛା ୨୨ଶହ ଟଙ୍କାରେ ବିକ୍ରି ହେଉଥିଲା ତାହା ଏବେ ୨ଶହ ଟଙ୍କାକୁ ଖସି ଆସିଛି । ଏହି ସୁଆଦିଆ ମାଛକୁ ଶାସ୍ତାରେ କିଣି ନେବାକୁ ଦୂର ସ୍ଥାନରୁ ମଧ୍ୟ ଲୋକ ଧାଇଁ ଆସୁଛନ୍ତି । ଅନ୍ୟପଟେ ଏତେ ପରିମାଣର ଇଲିସି ସାଇତି ରଖିବା ପାଇଁ ବ୍ୟବସ୍ଥା ନଥିବାରୁ ପଚିଷଢି ଯିବା ଭୟରେ ମତ୍ସ୍ୟଜୀବୀମାନେ ଶସ୍ତାରେ ବିକି ଦେଉଛନ୍ତି ।

ସେପଟେ କେନ୍ଦ୍ରାପଡ଼ା ମହାକାଳପଡ଼ା ଖରିନାସିରେ ମଧ୍ୟ ପ୍ରଚୁର ଇଲିସି ମିଳୁଛି । ଏଠି କିନ୍ତୁ ଇଲିସି ଯୋଡ଼ାକୁ ଦେଢ ଶହରୁ ୩୦୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି । ଏହାର ସାଧାରଣ ବଜାର ଦର ପ୍ରାୟ ୬୦୦ ଟଙ୍କାରୁ ଅଧିକ ଥାଏ । ଇଲିସି ଶସ୍ତା ହୋଇଥିବାରୁ ଦୂର ଦୂରାନ୍ତରୁ ବ୍ୟବସାୟୀମାନେ ଆସି ନେଇ ଯାଉଛନ୍ତି । ମତ୍ସଜୀବୀମାନେ ମଧ୍ୟ ଭଲ ଦି ପଇସା ରୋଜଗାର ଆଶା ରଖିଛନ୍ତି । ପ୍ରତିବର୍ଷ ସମୁଦ୍ରରେ ନଦୀର ଗୋଳିଆ ପାଣି ପଶିବା ବେଳେ ଗଭୀର ସମୁଦ୍ରରୁ ଇଲିସି ମୁହାଁଣକୁ ଚାଲି ଆସନ୍ତି । ଫଳରେ ଏହି ସମୟରେ ପ୍ରଚୁର ଇଲିସି ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.