ରଣବୀର ଏବଂ ଦୀପିକାଙ୍କ ନିୟମ : ବିବାହରେ ପାଲିଟିଛି ଅତିଥିଙ୍କ ମୁଣ୍ଡବିନ୍ଧାର କାରଣ

ମୁମ୍ବାଇ : ଦୀପିକା ଓ ରଣବୀରଙ୍କ ବିବାହରେ ମୋବାଇଲ କି କ୍ୟାମେରା ନେଇ ପାରିବେନି ଗେଷ୍ଟ୍। ଏନେଇ ନିଜ ଫ୍ରେଣ୍ଡସ୍ ଓ ରିଲେଟିଭ ଯେଉଁମାନେ ବିବାହରେ ସାମିଲ ହେବେ ତାଙ୍କୁ ଦୀପିକା ଅନୁରୋଧ କରିଛନ୍ତି ମୋବାଇଲ କି କ୍ୟାମେରା ନ ଆଣିବାକୁ। କାରଣ ନିଜ ବିବାହର ସ୍ପେଶାଲ ମୋମେଣ୍ଟକୁ କିଏ ସୋସିଆଲ ମିଡିଆରେ ସେୟାର କରୁ ତାହା ଚାହୁଁନାହାଁନ୍ତି ଦୀପିକା।

depikaaa

ଏପରି କରିବାର କାରଣ ଅନୁଷ୍କା ଓ ସୋନମଙ୍କ ବିବାହ ସମୟର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହାକୁ ନେଇ ସୋନମ ଖୁବ ମନ ଦୁଃଖ କରିଥିଲେ । ବିବାହ ପରେ ଦୀପିକା ଓ ରଣବୀର ନିଜେ ସୋସିଆଲ ମିଡିଆରେ ବିବାହ ସମୟର ଫଟୋ ଓ ଭିଡିଓ ସେୟାର କରିବେ । ସେଥିପାଇଁ ବିବାହ ସମୟରେ କିଏ ମଧ୍ୟ ଏହି ନିୟମର ଉଲଘଂନ ନକରନ୍ତୁ ସେନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ୨୦ ନଭେମ୍ବରରେ ରଣବୀର ସିଂଙ୍କ ହାତ ଧରିବେ ଦୀପିକା ପାଦୁକୋନ। ଇଟାଲୀରେ ହେବ ଏହି ମଚ ଆୱେଟେଡ୍ ବାହାଘର। ପରେ ଭାରତରେ ରିସେପସନ୍ ପାର୍ଟି ଥ୍ରୋ କରାଯିବ। ଏହି ବାହାଘରରେ ରଣବୀର ଓ ଦୀପିକାଙ୍କ ପରିବାର ସଦସ୍ୟଙ୍କ ସହ କିଛି କ୍ଲୋଜ ଫ୍ରେଣ୍ଡସ୍ ସାମିଲ ହେବେ।

Leave A Reply

Your email address will not be published.