Below header

ପୁଣି ବର୍ଷା : ତିନି ଦିନ ଧରି ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର(କେନ୍ଯୁଜ୍) : ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ତିନି ଦିନ ଧରି ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବିଶେଷକରି ଦକ୍ଷିଣ ଓଡ଼ିଶାରେ ବେଶୀ ବର୍ଷିବ ।

ଆହୁରି ପଢ଼ନ୍ତୁ :କେରଳ ବନ୍ଯାରେ ଫସି ରହିଛନ୍ତି ଶତାଧିକ ଓଡ଼ିଆ ଶ୍ରମିକ

ସେହିପରି ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଜିଲ୍ଲାରେ ବି ଅଧିକ ବର୍ଷା ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ଭିତରକୁ ନଯିବା ପାଇଁ ମତ୍ସଜୀବୀଙ୍କୁ ସତର୍କ କରାଯାଇଛି । ପ୍ରବଳ ବର୍ଷା ପାଇଁ ଆଜି ବିଏମସି କର୍ମଚାରୀଙ୍କ ରବିବାର ଛୁଟି ବାତିଲ କରାଯାଇଛି । କର୍ମଚାରୀଙ୍କୁ ୩ଟି ସିଫ୍ଟରେ କାର୍ଯ୍ୟ କରିବାକୁ BMC ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ରାଜଧାନୀ ଭୁବନେଶ୍ୱରର ୬ଟି ସ୍ଥାନରେ ଅଫିସରମାନେ ଉପସ୍ଥିତ ରହିବେ । ଜଳ ନିଷ୍କାସନ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବାକୁ କୁହାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.