ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଡ୍ରାଇଭରଙ୍କ ବଡ଼ ଖୁଲ୍ଲାସା, ୧ ଘଣ୍ଟା ନୁହେଁ ମାତ୍ର ୧୦ ମିନିଟ୍ ପାଇଁ ଅଟକିଥିଲା ଆମ୍ବୁଲାନ୍ସ

ପାରଳାଖେମୁଣ୍ଡି(କେନ୍ଯୁଜ୍): ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ପଚରାଉଚରା । ୧୦୮ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିଥିଲା ପୋଲିସ । ଡ୍ରାଇଭରଙ୍କ ବଡ଼ ଖୁଲ୍ଲାସା । ୧ ଘଣ୍ଟା ନୁହେଁ, ମାତ୍ର ୧୦ ମିନିଟ ପାଇଁ ଫରେଷ୍ଟ ଗେଟ୍ ନିକଟରେ ଅଟକିଥିଲା । ପରେ ଗୋଷାଣି ଓ ଗୋପାଳପୁରରେ ଅଟକି ଥିଲା ଆମ୍ବୁଲାନ୍ସ ।
ପାରଳାଖେମୁଣ୍ଡିରୁ କଟକ ଯାଏ ୧୦୮ ଆମ୍ବୁଲାନ୍ସ ଆସିଥିଲା । ବିଦ୍ୟା ଭାରତୀ ପାରଳାଖେମୁଣ୍ଡିରୁ କଟକ ପର୍ଯ୍ୟନ୍ତ ୧୦୮ ଆମ୍ବୁଲାନ୍ସରେ ଯାଇଥିଲେ ବୋଲି କହିଛନ୍ତି ଡ୍ରାଇଭର ।