ଟଳିଗଲା ବଡ ବିପଦ ବର୍ତ୍ତିଗଲା ଓଡିଶା: ବାଲେଶ୍ବରରେ ଜିଲ୍ଲାରେ କିଛିଟା କ୍ଷତ ଚିହ୍ନ ଛାଡିଗଲା ଅମ୍ଫନ

ବାଲେଶ୍ବର: ଟଳିଗଲା ବଡ ବିପଦ ବର୍ତ୍ତିଗଲା ଓଡିଶା । ଅମ୍ଫନର କରାଳ ରୂପକୁ ନେଇ ସମସ୍ତେ ଆତଙ୍କିତ ଥିବାବେଳେ ଏହା ଯେତେ ମାତ୍ରରେ କ୍ଷତି କରିବ ବୋଲି ଅନୁମାନ କରାଯାଉଥିଲା ଓଡିଶାରେ ସେତେ ମାତ୍ରାରେ କିଛି ଘଟାଇ ପାରିଲା ନାହିଁ । ପବନର ବେଗରେ ବାଲେଶ୍ବରର ଉପକୂଳବର୍ତ୍ତି ଅଞ୍ଚଳରେ ବଡ ବଡ ଗଛ ଧରାଶାୟୀ ହୋଇ ଯାଇଥିବାବେଳେ କିଛି ଘର ଭାଙ୍ଗି ଯାଇଛି । କିନ୍ତୁ ରାଜ୍ଯ ସରକାରଙ୍କ ପୂର୍ବ ପ୍ରସ୍ତୁତି ଯୋଗୁଁ କୌଣସି ଅଘଟଣ ଘଟିନଥିଲା ।

amphan affectedଅନ୍ଯପକ୍ଷରେ ଏନଡଆରଏଫ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ରାସ୍ତା ଘାଟ ପରିଷ୍କାର କରିବା ସହିତ ସମସ୍ତ ଭାଙ୍ଗି ଯାଇଥିବା ଗଛ ଗୁଡିକୁ ଉଠାଇ ନେଇଥିଲେ । ଯାହା ସାଧାରଣ ଜୀବନ ଯାତ୍ରାରେ କୌଣସି ବିଶେଷ ପ୍ରଭାବ ପକାଇ ପାରିନାହିଁ । ତେବେ ସୂଚନା ଥାଉକି ପଶ୍ଚିମବଙ୍ଗ ମୁହାଁ ହେବା ବେଳେ ରାଜ୍ୟର ଚାରିଟି ଜିଲ୍ଲାରେ ନାଲି ଆଖି ଦେଖାଇଥିଲା ଅମ୍ଫନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.