Below header

ଆଜି ପରିବହନ ମନ୍ତ୍ରୀଙ୍କ ସହିତ ଜରୁରୀ ବୈଠକ: ରାଜ୍ୟରେ ବସ୍ ଚଳାଚଳକୁ ଅନୁମତି, ହେଲେ ମାଲିକ ଗାଡି ଚଳାଇବାକୁ ଅମଙ୍ଗ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ବସ ଚଳାଚଳକୁ ଅନୁମତି ମିଳିଲା, ହେଲେ ବସ ମାଲିକ ଗାଡି ଚଳାଇବାକୁ ଅମଙ୍ଗ । ସରକାରଙ୍କ ଅନୁମତି ସତ୍ତ୍ୱେ ବାଦାମବାଡିରୁ ଗୋଟି, ବି ଯାତ୍ରୀବାହୀ ବସ ଚଳାଚଳ କରିନାହିଁ । ବିଭିନ୍ନ ସମସ୍ୟା କାରଣରୁ ବସ ଚଳାଇବା ପାଇଁ ମାଲିକମାନେ ରାଜି ହେଉନାହାନ୍ତି । ଆଜି ପରିବହନ ମନ୍ତ୍ରୀଙ୍କ ସହିତ ମାଲିକମାନଙ୍କ ସହ ଏକ ଜରୁରୀ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।

ଏହି ବୈଠକ ପରେ ବସ ଚଳାଚଳ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ । ଅନ୍ୟପଟେ ବସ ଚଳାଚଳ ବନ୍ଦ ଯୋଗୁଁ ବିଭିନ୍ନ ସ୍ଥାନରେ ଫସିରହିଥିବା ଲୋକେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଫେରିଯିବା ଆଶାରେ ବାଦାମବାଡ଼ି ବସଷ୍ଟାଣ୍ଡରେ ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ପଡି ରହିଥିଲେ ମଧ୍ୟ ବସ ଚଳାଚଳ ନ ହେବାରୁ ନିରାଶ ହୋଇ ଫେରିଛନ୍ତି ।

ବରମୁଣ୍ଡା ବସଷ୍ଟାଣ୍ଡରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ରାଜ୍ୟରେ ୯ ହଜାର ମାଲିକଙ୍କ ୧୪ ହଜାର ବସ ଚଳାଚଳ କରିଥାଏ । କରୋନା ପାଇଁ ଦୁଇ ବର୍ଷ ହେଲା ବସ ସେବାରେ ନାହିଁ ନଥିବା ସମସ୍ୟା ଲାଗି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.