Below header

ପଶ୍ଚିମବଙ୍ଗ: ସ୍ତ୍ରୀର ୨ୟ ବିବାହ ଦେଖି ଶ୍ୱଶୁର ଘର ଆଗରେ ଧାରଣା ଦେଲେ ଜ୍ୱାଇଁ

ପଶ୍ଚିମବଙ୍ଗର ବର୍ଦମାନ ଜିଲ୍ଲାରେ ଘଟିଥିବା ଅଭାବନୀୟ ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ପଶ୍ଚିମବଙ୍ଗରେ ଏକ ଭିନ୍ନ ଧରଣର ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ପଶ୍ଚିମବଙ୍ଗର ବର୍ଦମାନ ଜିଲ୍ଲାର । ଏଠାରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଫେରି ପାଇବା ପାଇଁ ଧାରଣାରେ ବସିଛନ୍ତି । କାରଣ ତାଙ୍କ ପତ୍ନୀ ୨ୟ ବିବାହ କରୁଛନ୍ତି । ଏବେ ସେ ପ୍ରଥମ ସ୍ୱାମୀଙ୍କ ସହ ରହିବାକୁ ଚାହୁଁ ନାହାନ୍ତି । ଘରୋଇ କଳହ ପାଇଁ ମହିଳା ଜଣକ ଏଭଳି ନଷ୍ପତ୍ତି ନେଇଥିବାର ସୂଚନା ମିଳିଛି ।

ଏହି ଜିଲ୍ଲାର ରାମଚନ୍ଦ୍ର କଲୋନୀରେ ଥିବା ଜଣେ ଯୁବତୀଙ୍କ ବିବାହ ୨ ବର୍ଷ ପୂର୍ବେ ଉକ୍ତ ବ୍ୟକ୍ତିଙ୍କ ସହ ହୋଇଥିଲା । ଏମାନେ ପ୍ରେମବିବାହ କରିଥିଲେ । କିନ୍ତୁ ବିବାହର ୩ ମାସ ପରେ ଏମାନଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା । ଘରୋଇ କଳହ ଏତେ ମାତ୍ରାରେ ବଢ଼ିଯାଇଥିଲା ଯେ, ମହିଳା ଜଣକ ରାଗିକି ଘର ଛାଡି ଆସି ବାପ ଘରେ ରହୁଥିଲେ ।

ଏବେ ମହିଳାଙ୍କ ୨ୟ ବିବାହର କାରଣରୁ ବିବାଦ ସାମ୍ନାକୁ ଆସିଛି । ଶ୍ୱଶୁର ଘର ଆଗରେ ଝିଅକୁ ପାଇବା ପାଇଁ ଧାରଣା ଦେଇଛନ୍ତି ଜ୍ୱାଇଁ । ମହିଳାଙ୍କ କହିବା ଅନୁଯାୟୀ, ତାଙ୍କ ପ୍ରଥମ ସ୍ୱାମୀ ତାଙ୍କୁ ଅତ୍ୟାଚାର କରୁଥିଲେ । ଏହି କାରଣରୁ ସେ ଘର ଛାଡି ୨ୟ ବିବାହ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.