ଏକତରଫା ପ୍ରେମକୁ ନେଇ ଅଠରନଳା ନିକଟରେ ବୋମାମାଡ଼, ଝିଅର ବାପା,ମା’ ଗୁରୁତର

ପୁରୀ(କେନ୍ଯୁଜ୍):  ପୁରୀ ସଦର ଥାନା ଅନ୍ତର୍ଗତ ଅଠରନଳା ନିକଟରେ ବୋମାମାଡ଼। ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଏହି ବୋମାମାଡ଼ ହୋଇଥିଲା । ଏଥିରେ ୨ଜଣ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ଖବର ମୁତାବକ, ଖଣ୍ଡିଆବନ୍ଦର ନୃସିଂହ ବାରିକଙ୍କ ଝିଅକୁ ସେହି ଅଞ୍ଚଳର ଅଜୁ ବାରିକ ଏକତରଫା ପ୍ରେମ କରୁଥିଲେ। ତେବେ ଗତ ୧୪ ତାରିଖ ଦିନ ନୃସିଂହ ତାଙ୍କ ଝିଅର ବାହାଘର କରିଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଗତକାଲି ରାତିରେ ଅଠରନଳା ନିକଟରେ ଥିବା ନୃସିଂହ ନାୟକଙ୍କ କ୍ଯାବିନ ଦୋକାନ ନିକଟରେ ଅଜୁ ବାରିକ, ସୁନୀଲ ନାୟକ ଓ ଅନ୍ୟ କିଛି ଯୁବକ ବିଭିନ୍ନ ମାରଣାସ୍ତ୍ର ଓ ବୋମା ଧରି ଆସି ପହଞ୍ଚିଥିଲେ। ସେମାନେ ହଠାତ କ୍ଯାବିନ ଭିତରେ ଥିବା ନୃସିଂହଙ୍କୁ ଖଣ୍ଡାରେ ହାଣିବାକୁ ଗଲାବେଳେ ନୃସିଂହ ଖଣ୍ଡା ଧରି ପକାଇବା ସହ ସେମାନଙ୍କ ସହ ଧସ୍ତାଧସ୍ତି ହୋଇଥିଲା।

ଏହି ସମୟରେ ଅଭିଯୁକ୍ତମାନେ କ୍ଯାବିନ ଉପରକୁ ୩ଟି ବୋମା ମାଡ଼ କରିବାରୁ ସେଠାରେ ଥିବା ନୃସିଂହ ଓ ତାଙ୍କ ପତ୍ନୀ ପ୍ରଭାତୀ ନାୟକ(୪୨) ଗୁରୁତର ଭାବେ ଆହତ ହୋଇଥିଲେ। ବୋମାମାଡ଼ ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଆହତମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। କୁମ୍ଭାରପଡ଼ା ଥାନା ଏଏସ୍‌ଆଇ ମନୋଜ ଦାସଙ୍କଠାରୁ ସୂଚନା ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.