Below header

ବୀରମହାରାଜପୁର ହିଲୁଙ୍ଗ ଗାଁର ରଣାବନ୍ଧ ପାଖ ପୋଖରୀରେ ବୁଲୁଛି ଅଜଣା ଜନ୍ତୁ

ପୋଖରୀରେ ବୁଲୁଛୁ ଅଜଣା ଜନ୍ତୁ । ଅଜଣା ଜନ୍ତୁ ଆତଙ୍କ ଏବେ ଗାଁ ଲୋକଙ୍କ ନିଦ ହଜାଇ ଦେଇଛି । ହଁ ଆଜ୍ଞା ପୋଖରୀରେ ଅଜଣା ଜନ୍ତୁକୁ ଦେଖି ଲୋକେ ଭୟଭିତ ହୋଇପଡିଛନ୍ତି ।

ସୁବର୍ଣ୍ଣପୁର(କେନ୍ୟୁଜ୍): ଧିରେ ଧିରେ ପ୍ରଚାର ହେଲା ଖବର। ଆଉ ଘଟଣାସ୍ଥଳରେ ରୁଣ୍ଡ ହେବାକୁ ଲାଗିଲେ ଲୋକେ । ଏନେଇ ତୁରନ୍ତ ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀମାନେ ବି ପହଞ୍ଚିଲେ । ସଭିଏଁ ଦେଖୁଥାନ୍ତି ହେଲେ କିଏ ସାହସ କରିପାରୁନଥାନ୍ତି ପାଖକୁ ଯିବାକୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା ।

ପୋଖରୀରେ ବୁଲୁଛି ଅଜଣା ଜନ୍ତୁ । ଅଜଣା ଜନ୍ତୁ ଆତଙ୍କ ଏବେ ଗାଁ ଲୋକଙ୍କ ନିଦ ହଜାଇ ଦେଇଛି । ହଁ ଆଜ୍ଞା ପୋଖରୀରେ ଅଜଣା ଜନ୍ତୁକୁ ଦେଖି ଲୋକେ ଭୟଭିତ ହୋଇପଡିଛନ୍ତି । ବୀରମହାରାଜପୁର ହିଲୁଙ୍ଗ ଗାଁର ରଣାବନ୍ଧରେ ଗତକାଲି ସନ୍ଧ୍ୟାରେ ହଠାତ୍ ଏକ ଅଜଣା ଜନ୍ତୁ ପହଁରୁ ଥିବାର ପ୍ରଥମେ କିଛି ଲୋକେ ଦେଖିବାକୁ ପାଇଥିଲେ । ଏହି ଖବର ପ୍ରଚାର ହେବାପରେ ରଣାବନ୍ଧରେ ଲୋକଙ୍କ ଗହଳି ଲାଗିଯାଇଥିଲା । ଗତକାଲିଠାରୁ ଗାଁର ଲୋକମାନେ ଭୟଭିତ ହୋଇ ପୋଖରୀକୁ ଗାଧୋଇବାକୁ ବି ଯାଉନାହାନ୍ତି । ତେବେ ପୋଖରୀ ଭିତରେ ବୁଲୁଥବା ଜନ୍ତୁଟିକୁ ଦୁରରୁ ଦେଖି ଜନ୍ତୁଟିକୁ ସ୍ପଷ୍ଟ ଭାବେ ଜାଣି ହେଉନାହିଁ ।

ତେବେ ଏନେଇ ଖବର ପାଇ ବନ ବିଭାଗ କର୍ମଚାରୀମାନେ ଗତକାଲି ସନ୍ଧ୍ୟାରେ ରଣାବନ୍ଧକୁ ଆସିଥିଲେ । ପୋଖରୀରେ ଅଜଣା ଜନ୍ତୁ ପାଣି ମଧ୍ୟରେ ଚଳପ୍ରଚଳ ହେଉଥିବାର ବି ଦେଖିଥିଲେ । କିନ୍ତୁ ଜୀବଟିକୁ ଚିହ୍ନଟ କରିପାରିନଥିଲେ । ତେଣୁ ତାହା ସ୍ପଷ୍ଟ ହୋଇପାରିନଥିଲା କି ଜୀବଟି କେତେ କ୍ଷତିକାରକ । ତେବେ ଆଜି ପୁନର୍ବାର ବନ କର୍ମଚାରୀ ପହଁଚି ଜୀବଟିକୁ ଚିହ୍ନଟ କରିବେ ବୋଲି ସୂଚନା ମିଳିଛି । ଏପଟେ ଜନ୍ତୁଟି ଚିହ୍ନଟ ନକରିବା ଯାଏ କେହି .ପେୋଖରୀକୁ ନଯିବାକୁ ଏବଂ ଭୟଭୀତ ନ ହେବାକୁ ଜନସାଧାରଣଙ୍କୁ ଅଗ୍ନିଶମ ବାହିନୀ ପରାମର୍ଶ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.