ଫ୍ରିଜରୁ ମିଳିଲା ମଡେଲଙ୍କ ମୃତଦେହ, ମୃତ୍ୟୁ ପୂର୍ବରୁ କରାଯାଇଥିଲା ଶାରିରୀକ ହିଂସା

ଆମେରିକାର ଲସ୍ ଆଞ୍ଜେଲସର ଏକ ଆପାର୍ଟମେଣ୍ଟରେ ଜଣେ ମଡେଲଙ୍କ ମୃତଦେହ ମିଳିଥିଲା। ତାଙ୍କ ମୃତଦେହ ଫ୍ରିଜରୁ ଉଦ୍ଧାର କରାଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମୃତ୍ୟୁ ପୂର୍ବରୁ ତାଙ୍କ ସହ ମାରପିଟ କରାଯାଇଥିଲା। ମହିଳା ଜଣଙ୍କ ଦୁଇ ମାସର ଗର୍ଭବତୀ ଥିବା ପୋଷ୍ଟମର୍ଟମରୁ ଜଣାପଡିଛି ।

ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ହୋଇଛି ଆଉ ଏକ ହତ୍ୟାକାଣ୍ଡ । ଫ୍ରିଜରୁ ମିଳିଲା ଜଣେ ମଡେଲଙ୍କ ମୃତଦେହ । କେବଳ ହତ୍ୟା କରାଯାଇଛି ତାହା ନୁହେଁ, ହତ୍ୟା କରିବା ପରେ ମହିଳାଙ୍କ ଶରୀରକୁ ଅତି ନିର୍ମମ ଭାବେ ଫ୍ରିଜରେ ରଖାଯାଇଥିବା ଜଣା ପଡ଼ିଛି । ତେବେ କିଏ ଏହି ମହିଳା । କାହିଁକି ତାଙ୍କ ସହ ଏପରି ହୋଇଛି । ଆଉ ତାଙ୍କର ଏପରି ଭୟଙ୍କର ହତ୍ୟାକାଣ୍ଡ ପଛରେ କାହା ହାତ ଅଛି । ତାକୁ ନେଇ ବର୍ତ୍ତମାନ ଅନେକ ପ୍ରଶ୍ନ ଉଠିଛି । ମହିଳାଙ୍କର ଏଭଳି ହତ୍ୟା ପଛରେ କଣ କାରଣ ଥାଇପାରେ ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ଯାହା ବିଷୟରେ ଜାଣିଲେ ଆପଣ ବି ତାଜୁବ ହୋଇଯିବେ ।

ଆମେରିକାର ଲସ୍ ଆଞ୍ଜେଲସର ଏକ ଆପାର୍ଟମେଣ୍ଟରେ ଜଣେ ମଡେଲଙ୍କ ମୃତଦେହ ମିଳିଥିଲା। ତାଙ୍କ ମୃତଦେହ ଫ୍ରିଜରୁ ଉଦ୍ଧାର କରାଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମୃତ୍ୟୁ ପୂର୍ବରୁ ତାଙ୍କ ସହ ମାରପିଟ କରାଯାଇଥିଲା। ମହିଳା ଜଣଙ୍କ ଦୁଇ ମାସର ଗର୍ଭବତୀ ଥିବା ପୋଷ୍ଟମର୍ଟମରୁ ଜଣାପଡିଛି ।

ପୋଲିସ ଦେଇଥିବା ସୂଚନା ଅନୁସାରେ ମୃତ ମହିଳାଙ୍କ ନାମ ହେଉଛି ମେଲିସା ମୁନି । ମେଲିସାଙ୍କ ଭଉଣୀ ମଡେଲ ଜୋର୍ଡିନ ପଲିନ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ଭଉଣୀ ମେଲିସା ସବୁବେଳେ ମା ହେବାର ସ୍ୱପ୍ନ ଦେଖିଥିଲେ ଏବଂ ମୃତ୍ୟୁ ବେଳକୁ ସେ ଦୁଇମାସ ଗର୍ଭବତୀ ଥିଲେ ।

ରିପୋର୍ଟରେ କୁହାଯାଇଛି, ଯେଉଁ ପରିସ୍ଥିତିରେ ମେଲିସାଙ୍କ ଶବ ଉଦ୍ଧାର କରାଯାଇଛି, ସେଥିରୁ ଜଣାପଡ଼ିଛି ଯେ ମୃତ୍ୟୁ ପୂର୍ବରୁ ମେଲିସାଙ୍କ ସହ ଶାରିରୀକ ହିଂସା କରାଯାଇଥିଲା । ରିପୋର୍ଟ ଅନୁସାରେ ପୋଲିସକୁ ରକ୍ତ ଜୁଡ଼ୁୁବୁଡ଼ୁ ଅବସ୍ଥାରେ ମେଲିସାଙ୍କ ଶବ ମିଳିଥିଲା । ମୁହଁରେ ପଟି ଲାଗିଥିଲା, ହାତ ଏବଂ ଗୋଡ଼ ବନ୍ଧାଥବା ଅବସ୍ଥାରେ ତାଙ୍କ ଶବ ଉଦ୍ଧାର କରାଯାଇଥିଲା ।

ଖୁବର ମୁତାବକ ମହିଳାଙ୍କ ଶରୀରରେ ବେନଜୋଏଲେକଗୋନାଇନ୍‌, କୋକେଥାଇଲନ୍‌ ଏବଂ ଇଥାନଲର ମିଶ୍ରଣ ମିଳିଥିଲା ବୋଲି ଜଣାପଡ଼ିଛି । ରିପୋର୍ଟରେ କୁହାଯାଇଛି ଯେ ଶବ ବ୍ୟବଚ୍ଛେଦ ସମୟରେ ମହିଳାଙ୍କ ଶରୀରରେ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା । ମହିଳାଙ୍କ ଗଳା ଚିପି ହତ୍ୟା କରିଥିବା ପ୍ରମାଣ ମଧ୍ୟ ମିଳିଛି ।

ମେଲିସାଙ୍କ ଭଉଣୀ ଏକ ନ୍ୟୁଜ ଏଜେନ୍ସି ସହ କଥାବାର୍ତ୍ତା କରିବା ସମୟରେ କହିଥିଲେ ଯେ, ମୁଁ କଳ୍ପନା ମଧ୍ୟ କରିପାରୁ ନାହିଁ ଯେ ମୋ ଭଉଣୀ ସହ କଣ ହୋଇଛି । ମୃତ୍ୟୁ ପୂର୍ବରୁ ମୋ ଭଉଣୀଙ୍କ ସହ ଶାରିରୀକ ଅଚ୍ୟାଚାର କରାଯାଇଛି । ଅନ୍ୟପଟେ ମେଲିସାଙ୍କ ମୋବାଇଲ୍ ଫୋନ୍ ଏବଂ ମ୍ୟାକବୁକ୍‌ ସହିତ ଜଡ଼ିତ ଥିବା iCloud ରେ ଏକ ଆଲର୍ଟ ଥିବା ପୋଲିସ କହିଛି । ଯାହାର ଅର୍ଥ ହେଉଁଛି ଅନ୍ୟ କେହି ତାଙ୍କ ଫୋନ୍ ବ୍ୟବହାର କରୁଥିଲେ । ମହିଳାଙ୍କ ମୃତ୍ୟୁ ପଛରେ କାହା ହାତ ରହିଛି ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ବର୍ତ୍ତମାନ ପୋଲିସ ଘଟଣାକୁ ନେଇ ଅଧିକ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.