ପିଆଜ ଦର ନିୟନ୍ତ୍ରଣରେ ରଖିବାକୁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ରପ୍ତାନୀ ମୂଲ୍ୟ ବଢ଼ାଇଲେ

ପିଆଜ କ୍ରମାଗତ ଦର ବୃଦ୍ଧିରେ ରୋକ୍ ଏବଂ ଉପଲବ୍ଧତା ସୁନିଶ୍ଚିତ କରିବାକୁ କେନ୍ଦ୍ର ସରକାର ରପ୍ତାନୀ ଉପରେ ଅଙ୍କୁଶ ଲଗାଇଛନ୍ତି । ସର୍ବନିମ୍ନ ରପ୍ତାନୀ ଦର ବା MEP ଟନ୍ ପିଛା ୮୦୦ ଆମେରିକୀୟ ଡଲାର ସ୍ଥିର କରିଛନ୍ତି। ଯାହା ଆଜି ଠାରୁ ଲାଗୁ ହୋଇଛି ।

କେନ୍ୟୁଜ୍(ବ୍ୟୁରୋ): ଦେଶରେ ପିଆଜ ଦର ଆକାଶଛୁଆଁ । ଦର ନିୟନ୍ତ୍ରଣରେ ରଖିବାକୁ ସରକାରଙ୍କ ବଡ଼ ନିଷ୍ପତ୍ତି । ପିଆଜ କ୍ରମାଗତ ଦର ବୃଦ୍ଧିରେ ରୋକ୍ ଏବଂ ଉପଲବ୍ଧତା ସୁନିଶ୍ଚିତ କରିବାକୁ କେନ୍ଦ୍ର ସରକାର ରପ୍ତାନୀ ଉପରେ ଅଙ୍କୁଶ ଲଗାଇଛନ୍ତି । ସର୍ବନିମ୍ନ ରପ୍ତାନୀ ଦର ବା MEP ଟନ୍ ପିଛା ୮୦୦ ଆମେରିକୀୟ ଡଲାର ସ୍ଥିର କରିଛନ୍ତି। ଯାହା ଆଜି ଠାରୁ ଲାଗୁ ହୋଇଛି । ଏହା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏଥିସହ ସରକାର ବଫର ଷ୍ଟକ୍ ପାଇଁ ଅତିରିକ୍ତ ୨ ଲକ୍ଷ ଟନ୍ ପିଆଜ କିଣିବେ ।

ରାଜଧାନୀ ଦିଲ୍ଲୀରେ ଏବେ କିଲୋ ପ୍ରତି ୮୦ରୁ ୯୦ ଟଙ୍କାରେ ବିକ୍ରି ହେଉଛି ପିଆଜ। ଗତ ୧୫ ଦିନ ଭିତରେ ଦିଗୁଣରୁ ଅଧିକ ବଢ଼ିଛି ପିଆଜ ଦର। ୧୫ ଦିନ ପୂର୍ବରୁ ପିଆଜ କିଲୋ ପିଛା ୩୦ ଟଙ୍କା ଥିଲା । ଧୀରେ ଧୀରେ ବଢ଼ି ୬୦ ରୁ ୯୦ ଟଙ୍କାରେ ପହଞ୍ଚିଗଲାଣି। ଡିସେମ୍ବର ପର୍ଯ୍ୟନ୍ତ ଏଭଳି ଦର ଲାଗି ରହିବ। ନୂଆ ପିଆଜ ଆସିଲେ ଦର ହ୍ରାସ ପାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.