ପୁଅର ଚିକିତ୍ସା ପାଇଁ ଆସିଥିଲେ, ପିଲା ଚୋର ଭାବି ଘରର ମୁଖିଆଙ୍କୁ ବାଡେଇ ବାଡେଇ ମାରିଦେଲେ ଗାଁ ଲୋକେ

ଆନନ୍ଦପୁର(କେ ନ୍ୟୁଜ): ଘର ମୁରବିଙ୍କ ଅମାନୁଷିକ ହତ୍ୟା ପରେ ଭାଙ୍ଗି ପଡିଛି ପରିବାର । ବାହୁନି କାନ୍ଦୁଛି ସ୍ତ୍ରୀ ନିସ୍ତବ୍ଦ ଅବାକ ହୋଇଯାଇଛି ଜଣ ଜନ୍ମକଲା ମା’। ପୁଅର ଚିକିତ୍ସା କରିବାକୁ କଟକ ମେଡିକାଲ ଯାଇଥିବା ବେଳେ ବାପ ପାଲଟିଗଲା ଶବ। ଅଶ୍ଚରାଜ୍ୟ ହେଉଛନ୍ତି ନା କିନ୍ତୁ ଠିକ ଏମିତି ହିଁ ଏକ ଲୋମଟାଙ୍କୁରା ଘଟଣା ଘଟିଛି । ଆଉ ଏହାପରେ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି । କେଉଁଝର ଅନ୍ତର୍ଗତ ଆନନ୍ଦପୁର ଉପଖଣ୍ଡ ବିରଗୋବିନ୍ଦପୁର ପଞ୍ଚାୟତର ସାରଙ୍ଗବାହାଳି ଗାଁ। ଗାଁ ର କୁନା ମୁଣ୍ଡା ସ୍ତ୍ରୀ ସରସ୍ବତୀଙ୍କ ସହିତ ରୋଗିଣା ପୁଅକୁ ଧରି ଗତ ୧୪ ତାରିଖରେ କଟକ ବଡ଼ମେଡିକାଲ ଆସିଥିଲେ ।

ମେଡିକାଲରେ ପୁଅର ଚିକିତ୍ସା ଚାଲିଥିବା ବେଳେ ଅଧିକ ଟଙ୍କା ଦରକାର ପଡିବାରୁ ୧୭ ତାରିଖରେ ବସ ଯୋଗେ ଘରକୁ ଫେରି ଆସିଥିଲେ କୁନା। ଘର ପାଇଁ ବାହାରି ଥିଲେ ସିନା କିନ୍ତୁ ଘରେ ପହଂଚି ନଥିଲେ । ଦୀର୍ଘ ସମୟ ଧରି କୁନା ନଫେରିବାରୁ ତାଙ୍କ ମା’ ଥାନାରେ ଏକ ଅଭିଯୋଗ ଦାୟର କରିଥିଲେ । ୨୩ ତାରିଖ ସନ୍ଧ୍ୟାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଘଷିପୁରା ଥାନା ଅଧୀନରେ ଥିବା ପଠାଣଡାହି ନିକଟରୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ଓ ପରେ କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା |କିନ୍ତୁ ତାଙ୍କ ମୃତ୍ୟୁ ପଛର କାହାଣୀ ଅତ୍ୟନ୍ତ ଭୟଙ୍କର ଓ ହୃଦୟ ବିଦାରକ ।

କୁନା ଘରକୁ ଫେରିବା ରାସ୍ତାରେ ପୁଅର ରୋଗ ଚିନ୍ତାରେ ମାନସିକ ଭାରସାମ୍ଯ ହରାଇ ଅନ୍ଯ ଗାଁକୁ ଚାଲି ଯାଇଥିବା ଅନୁମାନ କରାଯାଉଛି। ସେଠାକାର ଲୋକେ ତାଙ୍କୁ ପିଲା ଚୋର ଭାବି କୁନାଙ୍କୁ ନିର୍ଦ୍ୱଦୁମ ମାଡ଼ ମାରିଥିଲେ । ଆଉ ଯେଉଁଥିରେ କୁନାଙ୍କ ମୃତ୍ୟୁ ହୋଇଥିଲା । ଘରର ମୁଖିଆ କୁନାଙ୍କ ମୃତ୍ୟୁ ପରେ ଏବେ ପରିବାର ସର୍ବସ୍ୱାନ୍ତ ହୋଇପଡିଛି। ଅବିବାହିତ ୫ ଭଉଣୀ ଓ ନିଜର୩ଟି ଛୁଆଙ୍କ ଥଇଥାନକୁ ନେଇ ଏବେ ଚିନ୍ତାରେ ସ୍ତ୍ରୀ ସରସ୍ବତୀ । ସେପଟେ ପ୍ରଶାସନିକ ଅଧିକାରୀ ମାନେ ଘଟଣା ଉପରେ ଗୁରୁତ୍ୱ ଦେଇ ପରିବାରଟିକୁ ସାହାଯ୍ଯ ଯୋଗାଇ ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।

 

Leave A Reply

Your email address will not be published.