Below header

ମହଙ୍ଗା ପଡିଲା କୋଭିଡ ନିୟମ ଉଲ୍ଲଂଘନ, ଭୋଜି କରି ବନ୍ଧା ହେଲେ କେନ୍ଦୁଝର ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ସମେତ ୫ ଜଣ

ଆନନ୍ଦପୁର(କେନ୍ୟୁଜ୍): ଏବେ କରୋନା ପାଇଁ ସରକାର ଙ୍କର କଡା ନିୟମ। ନିୟମ ଭାଙ୍ଗିଲେ ନିଆ ଯାଉଛି ଦୃଢ କାର୍ଯ୍ୟାନୁଷ୍ଠାନ। କିନ୍ତୁ ଏହାକୁ ବେଖାତିର କରିଛନ୍ତି କେନ୍ଦୁଝର ଜିଲ୍ଲାର ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅକ୍ଷୟ କୁମାର ସାହୁ।   ଆଜି ଆନନ୍ଦପୁର ଉପଖଣ୍ଡ ପଦନା ଛକ ନିକଟରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅକ୍ଷୟ କୁମାର ସାହୁଙ୍କ ସମେତ କିଛି ଲୋକ ଭୋଜି କରୁଥିବା ବେଳେ ଅଚାନକ ପୋଲିସ ଚଢ଼ାଉ କରିଥିଲା।

ଚଢଉ ସମୟରେ କିଛି ଲୋକ ସେଠାରୁ ଫେରାର ହୋଇଯିବାକୁ ସକ୍ଷମ ହୋଇଥିବା ବେଳେ ପୋଲିସ ହାତରେ ଧରା ପଡ଼ିଥିଲେ ୫ ଜଣ। ସେମାନଙ୍କ ମଧ୍ୟରେ ସାମିଲ ଥିଲେ ଜିଲ୍ଳା ପରିଷଦ ଉପାଧ୍ୟକ୍ଷ ଅକ୍ଷୟ କୁମାର ସାହୁ। ପୋଲିସ ଘଟଣା ସ୍ଥଳରୁ ଭୋଜି ସାମଗ୍ରୀ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.