ପୁଣି ବ୍ୟାଙ୍କ ଡକାୟତି : ୧୧ ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ

ସମ୍ବଲପୁର : ପୁଣି ବ୍ୟାଙ୍କ ଡକାୟତି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଯମନକିରା ଆନ୍ଧ୍ରା ବ୍ୟାଙ୍କରୁ ବନ୍ଧୁକ ମୂନରେ ଲୁଟ ହୋଇଛି । ୧୦ଲକ୍ଷ ୯୩ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ୩ ଜଣ ଦୁର୍ବୃତ୍ତ ଏକ ପଲସର ଗାଡିରେ ଆସି ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭିତ କରି ଲୁଟ୍‌ କରି ଫେରାର ହୋଇଯାଇଛନ୍ତି । ବ୍ୟାଙ୍କର ସିସିଟିଭି ଏବଂ ହାର୍ଡଡିସ୍କ ମଧ୍ୟ ନେଇ ଯାଇଛନ୍ତି । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.