Below header

ଶପଥ ପୂର୍ବରୁ ଝଟକା : ଇମ୍ରାନ୍‌ଙ୍କୁ ସମନ୍‌

ଲାହୋର : ଆସନ୍ତା ୧୧ ତାରିଖରେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ଇମ୍ରାନ୍‌ ଖାନ୍‌ । ତେବେ ତା ପୂର୍ବରୁ ତାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି ଦୁର୍ନୀତି ବିରୋଧୀ ସଂସ୍ଥା ଜବାବଦେହି ବ୍ୟୁରୋ ଏନ୍‌ଏବି । ସେ ନିର୍ବାଚନ ବେଳେ ସରକାରୀ ହେଲିକପ୍ଟରର ଦୁରୁପଯୋଗ କରିଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗରେ ତାଙ୍କୁ ଆସନ୍ତା ୭ ତାରିଖ ଦିନ ହାଜର ହୋଇ ପକ୍ଷ ରଖିବାକୁ ସମନ୍‌ ଜାରି କରାଯାଇଛି । ୨୦୧୩ରୁ ଇମ୍ରାନ୍‌ଙ୍କ ରାଜନୈତିକ ଦଳ ପିଟିଆଇ ଖାଇବର ପଖତୁନଖ୍ଵାରେ କ୍ଷମାତସୀନ ଅଛି । ତେବେ ନିୟମ ଅନୁଯାୟୀ ନିର୍ବାଚନ ପ୍ରଚାରରେ ଇମ୍ରାନ୍‌ ୭୨ ଘଣ୍ଟାରୁ ଅଧିକ ସମୟ ସରକାରୀ ହେଲିକପ୍ଟର ବ୍ୟବହାର କରିବା କଥା ନୁହେଁ । କିନ୍ତୁ ନିର୍ଦ୍ଧାରିତ ସମୟରୁ ଅଧିକ ସମୟ ହେଲିକପ୍ଟର ବ୍ୟବହାର କରିବାରୁ ସରକାରଙ୍କର ୨ କୋଟି ୧୭ ଲକ୍ଷ ଟଙ୍କା କ୍ଷତି ହୋଇଛି । ଯାହାର ତଦନ୍ତ କରୁଛି ଏନ୍‌ଏବି । ଏହି ମାମଲାରେ ଇମ୍ରାନ୍‌ଙ୍କୁ ଗତ ୧୮ ଜୁଲାଇରେ ହାଜର ହେବାକୁ ସମନ୍‌ କାରି ଜରାଯାଇଥିଲା । ତେବେ ନିର୍ବାଚନ ଯୋଗୁଁ ସେ ହାଜର ହୋଇନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.