ମୋ ପୁଅ ଭଲ ଥିଲା : ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଲାଦେନର ମା’

ନ୍ୟୁୟର୍କରେ ସବୁଠୁ ବଡ଼ ଆତଙ୍କବାଦୀ ଆକ୍ରମଣକୁ ୧୭ ବର୍ଷ ବିତି ଗଲାଣି । ସେହିଭଳି ଆତଙ୍କବାଦର ସମ୍ରାଟ୍‌ ଓସାମା ବିନ୍‌ ଲାଦେନ ମରିବାର ବି ଅନେକ ଦିନ ହୋଇଗଲାଣି । ଆଉ ଏବେ ତାଙ୍କ ମା ମୁହଁ ଖୋଲିଛନ୍ତି ନିଜ ପୁଅ ବିଷୟରେ । ଆମେରିକାରେ ଆକ୍ରମଣ ପାଇଁ ତାଙ୍କ ପୁଅ ଦାୟୀ ବୋଲି ସେ ସ୍ୱୀକାର କରିଛନ୍ତି । ତେବେ ବିଶ୍ୱବିଦ୍ୟାଳୟରେ ପଢ଼ିଲା ପର୍ଯ୍ୟନ୍ତ ସେ ଖୁବ୍‌ ଭଲ ଥିଲା । ହେଲେ ସେଠାରେ ଚରମପନ୍ଥୀମାନେ ତା ମୁଣ୍ଡରେ ଆତଙ୍କବାଦର ଭୂତ ପୂରାଇ ଦେଲେ । ଏହା ପରେ ଅର୍ଥ ଲୋଭରେ ସେ ବନିଗଲା ଆତଙ୍କବାଦୀ । ଲାଦେନଙ୍କ ମା ଆଲିଆ ଧାନେମ ଜୋ’ଙ୍କୁ ଅନେକ ଖୋଜିବା ପରେ ପାଇଥିଲା ଗାଡ଼ିଆନ୍‌ ପତ୍ରିକା । ଏବେ ତାଙ୍କୁ ୭୦ ବର୍ଷ ବୟସ । ସେ କହିଛନ୍ତି ଓସାମାଙ୍କ ଜନ୍ମର କିଛି ଦିନ ପରେ ତାଙ୍କ ବାପାଙ୍କୁ ଛାଡ଼ପତ୍ର ଦେଇ ସେ ଅନ୍ୟ ଜଣକୁ ବିବାହ କରିଥିଲେ । ଏବେ ତାଙ୍କର ଏକ ପରିବାର ଅଛି । ତଥାପି ସେ ତାଙ୍କ ପୁଅ ଲାଦେନଙ୍କୁ ଦୋଷୀ ବୋଲି କହିବାକୁ ନାରାଜ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.