Below header

ଆଜିଠୁ ଗହୀରମଥାରେ ମାଛଧରା ଉପରେ ଲାଗିଲା ରୋକ୍‌

କେନ୍ଦ୍ରାପଡ଼ା(କେନ୍ୟୁଜ୍): ଆଜିଠୁ ଗହୀରମଥାରେ ମାଛଧରା ଉପରେ ଲାଗିଲା ରୋକ୍‌। ନଭେମ୍ବର ୧ରୁ ୬ମାସ ପର୍ଯ୍ୟନ୍ତ ରହିବ କଟକଣା। କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟକୁ ଅଲିଭରିଡଲେ କଇଁଛ ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥାନ୍ତି। ସେମାନଙ୍କ ସୁରକ୍ଷା ପାଇଁ ଗହୀରମଥାରେ ମାଛ ଧରାକୁ ବାରଣ କରାଯାଇଛି। ଏନେଇ ସୁରକ୍ଷା କଡାକଡି କରାଯାଇଛି। ୧୬ଟି ଟିମ୍‌ରେ ୬୦ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥିବା ରାଜଖଣ୍ଡ ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାସ ସୂଚନା ଦେଇଛନ୍ତି। ଗହୀରମଥାର ନାଶୀ-୧, ନାସୀ-୨ ଓ ବାବୁଲାଲି ଆଦି ସ୍ଥାନରେ ଅଣ୍ଡା ଦେଇସାରି ସମୁଦ୍ର ଗର୍ଭକୁ ଚାଲିଯାଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.