ଶେଷରେ ବାଗ୍‌ଦାଦିର ମୃତ୍ୟୁ ହୋଇଥିବା ନେଇ ମାନିଲା ଆତୀଙ୍କ ସଂଗଠନ ଇସ୍‌ଲାମିକ୍ ଷ୍ଟେଟ୍, ଅବୁ ଇବ୍ରାହିମ୍ ଅଲ-ହାସିମିକୁ ନୂଆ ଉତ୍ତାଧିକାରୀ ନିଯୁକ୍ତ

କେନ୍ୟୁଜ୍: ଶେଷରେ ମାନିଲା ଆତୀଙ୍କ ସଂଗଠନ ଇସ୍‌ଲାମିକ୍ ଷ୍ଟେଟ୍ । ଏକ ଅଡିଓ ଜାରି କରି ଅବୁ ବକ୍ର ଅଲ-ବାଗ୍‌ଦାଦିର ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଛି । ଏହା ସହ ନୂଆ ଉତ୍ତରାଧିକାରୀ ନାଁ ଘୋଷଣା କରିଛି । ଅବୁ ଇବ୍ରାହିମ୍ ଅଲ-ହାସିମିକୁ ନୂଆ ଉତ୍ତାଧିକାରୀ ନିଯୁକ୍ତ କରାଯାଇଥିବା କହିଛି ଆଇଏସ୍ । ହାସିମି ବାଗ୍‌ଦାଦିର ଅତ୍ୟନ୍ତ ଘନିଷ୍ଠ ବୋଲି ଜଣାପଡ଼ିଛି । ଏହା ପୂର୍ବରୁ ଆତଙ୍କର ଖଳନାୟକ ବାଗ୍‌ଦାଦିର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ । ବାଗ୍‌ଦାଦି ଅପରେସନ୍‌ର ଭିଡିଓ ମଧ୍ୟ ଜାରି କରିଥିଲା ଆମେରିକା ସେନା । ବାଗ୍‌ଦାଦି ଲୁଚିଥିବା ସୁଡଙ୍ଗକୁ ପ୍ରଥମେ ବୋମା ପକାଇ ଉଡାଇଥିଲେ ଆମେରିକା ସେନା । ପୂରା ସୁଡଙ୍ଗକୁ ଘେରିଯିବାରୁ ନିରୁପାୟ ହୋଇ ଶେଷର ନିଜକୁ ଉଡାଇ ଦେଇଥିଲା ବାଗ୍‌ଦାଦି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.