ଓଡ଼ିଶା ଛାଡିବେ ସ୍ମିତାରାଣୀଙ୍କ ବାପା ଓ ମାଆ, କହିଲେ ଝିଅକୁ ମାରିଦେଲେ ମତେ ବି ମାରିଦେବେ

ଯାଜପୁର(କେନ୍ୟୁଜ୍) : କେବେ ମିଳିବ ସ୍ମିତାରାଣୀଙ୍କୁ ନ୍ୟାୟ। ଯାଜପୁର ଧର୍ମଶାଳା ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିସ୍ୱାଳଙ୍କ ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ ଓ ବିଜେପି। ସେପଟେ ଝିଅର ମୃତ୍ୟୁ ପରେ ଭାଙ୍ଗି ପଡିଛନ୍ତି ପରିବାରଲୋକେ। ଝିଅ ଗଲା ପରେ ଆମେ ଅସୁରକ୍ଷିତ ମନେକରୁଛୁ ବୋଲି କହିଛନ୍ତି ସ୍ମିତାରାଣୀଙ୍କ ବାପା ସଦାନନ୍ଦ ବିଶ୍ୱାଳ। ଝିଅକୁ ମାରିଦେଲେ,ମତେ ବି ମାରିଦେଇ ପାରନ୍ତି। ବମ୍ବେ ଓ ଦିଲ୍ଲୀରେ ମୋର ଦୁଇ ପୁଅ ରହୁଛନ୍ତି। ତାଙ୍କ ପାଖକୁ ମୁଁ ଓ ମୋ ସ୍ତ୍ରୀ ଚାଲିଯିବୁ ବୋଲି ସେ କହିଛନ୍ତି। ଦିନେ କି ୨ ଦିନ ମଧ୍ୟରେ ଯିବାକୁ ନିଷ୍ପତ୍ତି ନେଇଛୁ ବୋଲି କୋହଭରା କଣ୍ଠରେ କହିଛନ୍ତି । ଏବେ ବି CBI ତଦନ୍ତ ଦାବି କରୁଛୁ। କ୍ରାଇମବ୍ରାଞ୍ଚ ତଦନ୍ତ ହେଲେ ମତେ ନ୍ୟାୟ ମିଳିବ ବୋଲି କହିଛନ୍ତି ସଦାନନ୍ଦ ବିସ୍ୱାଳ। ସେପଟେ ଆଜି ଯାଜପୁର ଯିବେ ବିଜେପିର ଏକ ପ୍ରତିନିଧି ଦଳ। ବିରୋଧୀ ନେତା ପ୍ରଦୀପ ନାୟକଙ୍କ ସହ ବିଜେପି ବିଧାୟକମାନଙ୍କ ଏକ ପ୍ରତିନିଧି ଦଳ ଯିବେ।

Leave A Reply

Your email address will not be published.