Below header

ସକ୍ରିୟ ଅଛନ୍ତି କି ଭାଲୁ ଛୁଆ ଚାଲଣ ରାକେଟ? ଖୋର୍ଦ୍ଧାରୁ  ପୁଣି ଆଉ ଦୁଇଟି ଭାଲୁ ଛୁଆ ହେଲେ ଉଦ୍ଧାର

ଖୋର୍ଦ୍ଧା(କେନ୍ୟୁଜ୍):  ଦିନ ସମୟରେ ପିତାପଲ୍ଲୀ ଗଙ୍ଗାପଡା ରାସ୍ତରୁ ୫ ଟି ଭାଲୁ ଛୁଆ ଉଦ୍ଧାର କରିଥିଲା ବନ ବିଭାଗ । ଭାଲୁ ଛୁଆ କେଉଁଠୁ ଆସିଲା ତାହା ଜଣା ପଡି ନଥିବା ବେଳେ ଖୋର୍ଦ୍ଧାରୁ ପୁଣି ଉଦ୍ଧାର ହୋଇଛନ୍ତି ଦୁଇଟି ଭାଲୁ ଛୁଆ। ଏହି ଭାଲୁଛୁଆଙ୍କୁ  ୧୬ ନଂ ଜାତୀୟ ରାଜପଥର ଖୋର୍ଦ୍ଧା ଉପକଣ୍ଠ ଗଡ ଖୋର୍ଦ୍ଧା ଛକ ନିକଟ  ବିପ୍ର ଚରଣ ବେଉରାଙ୍କ ଘର ଭିତରୁ ଉଦ୍ଧାର କରାଯାଇଛି।   ବନ ବିଭାଗର ଏକ ଟିମ ଏହି  ଭାଲୁ ଛୁଆଙ୍କୁ ଉଦ୍ଧାର କରିଛନ୍ତି।  ଏହି ଭାଲୁ ଛୁଆ କେଉଁଠୁ ଆସିଲା ତାହା ମଧ୍ୟ ଜଣା ପଡୁନାହିଁ।

ବରୁଣେଇ ପାହାଡ଼ରୁ ଚାଲି ଆସିଥିବାର ସନ୍ଦେହ କରାଯାଉଛି ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି। କିନ୍ତୁ ଏତେ ପରିମାଣର ଛୁଆ ଭାଲୁ କେମିତି  ପଦାକୁ ଆସିଲେ ଓ ଭୁବନେଶ୍ବର ଉପକଣ୍ଠରୁ କିପରି ଉଦ୍ଧାର ହେଲେ ତାହା ବର୍ତ୍ତମାନ ସୁଦ୍ଧା ବିରାଟ ପ୍ରଶ୍ନବାଚୀ ସ୍‌ଷ୍ଟି କରିଛି।  ଏହା ପଛରେ ଏକ ରାକେଟ କାମ କରୁଥିବାର ସନ୍ଦେହ କରାଯାଉଛି।  ବର୍ତ୍ତମାନ ଏହି ଦୁଇଟି ଭାଲୁ ଖୋର୍ଦ୍ଧା ବନ ବିଭାଗର କର୍ମଚାରୀ ମାନେ ନିଜ ହେପଜାତରେ ଏକ ପଞ୍ଜୁରୀ  ଭିତରେ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.