Below header

ଓଡ଼ିଶାରେ ଅକ୍ସିଜେନର ଅଭାବ ନାହିଁ, ବିପର୍ଯ୍ୟୟ ସମୟରେ ଦିଲ୍ଲୀକୁ ଅକ୍ସିଜେନ ଯୋଗାଣ କରିବ

କେନ୍ୟୁଜ୍(ବ୍ୟୁରୋ):  କୋଭିଡ୍‌ ମହାମାରୀର ଦେଶ ପାଇଁ ବଡ଼ ବିପର୍ଯ୍ୟୟ ଆଣି ଦେଇଛି। କୋଭିଡ୍‌ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ମହାମାରୀ କରୋନା ଯୋଗୁ ଦେଶରେ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇଛି। ମୁକାବିଲା ପାଇଁ ଓଡ଼ିଶା ଜାତୀୟ ସ୍ତରରେ ସବୁ ପ୍ରକାର ସାହାଯ୍ୟ କରିବ । ଜରୁରୀ ପରିସ୍ଥିତିରେ ଅନ୍ୟ ରାଜ୍ୟକୁ ଅକ୍ସିଜେନ୍‌ ଯୋଗାଇବାରେ ଓଡ଼ିଶା ସହଯୋଗ କରିବ ବୋଲି ନବୀନ କହିଛନ୍ତି। ଅନେକ ରାଜ୍ୟରେ ଅକ୍ସିଜେନ ଅଭାବରୁ ବହୁ କରୋନା ସଂକ୍ରମିତଙ୍କ ଅକାଳରେ ମୃତ୍ୟୁ ଘଟିଛି। ଏଥିରେ ଉଦ୍‌ବେଗ ପ୍ରକାଶ କରିବା ସହ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ।

 ଅକ୍ସିଜେନ ଯୋଗାଣ କ୍ଷେତ୍ରରେ ଦିଲ୍ଲୀକୁ ଓଡ଼ିଶା ସମ୍ପୂର୍ଣ୍ଣ ସହଯୋଗ କରିବ। ଏଥିପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଫୋନରେ କଥା ହୋଇ ଆଲୋଚନା କରିଛନ୍ତି ନବୀନ । ଓଡ଼ିଶାରୁ ଦିଲ୍ଲୀର ଅକ୍ସିକେନ କୋଟା ପଠାଇବାରେ ପୂର୍ଣ୍ଣ ସହଯୋଗ କରାଯିବ। ଏଥିପାଇଁ ଜଣେ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର ସହଯୋଗ ପାଇଁ ନବୀନଙ୍କୁ କେଜ୍ରିଓ୍ଵାଲ ଧନ୍ୟବାଦ ଜଣାଇଛନ୍ତି । ସଡ଼କପଥରେ ଅକ୍ସିଜେନ ଦିଲ୍ଲୀ ପହଞ୍ଚିବାକୁ ଅଧିକ ସମୟ ଲାଗୁଛି। ଏଥିପାଇଁ ବିମାନ ଯୋଗେ ଅକ୍ସିଜେନ ଆଣିବାକୁ ଉଦ୍ୟମ କରାଯାଉଥିବା କେଜ୍ରିୱାଲ କହିଛନ୍ତି।

ଓଡ଼ିଶାରେ ଅକ୍ସିଜେନର ଅଭାବ ନାହିଁ। ଆବଶ୍ୟକତା ଅନୁସାରେ ଅଧିକ ଉତ୍ପାଦନ ହେଉଛି। ପ୍ରଥମ ପର୍ଯ୍ୟାୟ ସଂକ୍ରମଣ ବେଳେ ରାଜ୍ୟରେ ଅକ୍ସିଜେନର ଦୈନିକ ଆବଶ୍ୟକତା ଥିଲା ୨୮ରୁ ୩୦ ମେଟ୍ରିକ ଟନ। କିନ୍ତୁ ରାଉରକେଲା ଇସ୍ପାତ କାରଖାନାରୁ କେବଳ ୭ଶହ ମେଟ୍ରିକ ଟନ ଅମ୍ଳଜାନ ଉତ୍ପାଦନ ହେଉଛି। ଷ୍ଟିଲ ପ୍ଲାଣ୍ଟ ସହ ସାରକାରଖାନା, ପେଟ୍ରୋକେମିକାଲ ଫ୍ୟାକ୍‌ଟି୍ରିରେ ମଧ୍ୟ ଅକ୍ସିଜେନ ଉତ୍ପାଦନ ହେଉଛି। ନିୟମିତ ଯୋଗାଣକାରୀଙ୍କ ଠାରୁ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ମିଳୁଛି। ଇଫ୍‌କୋ ଖୁବ ଶୀଘ୍ର ୪ଟି ଅକ୍ସିଜେନ ପା୍ଲଣ୍ଟ କରିବାକୁ ଯାଉଛି।

ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ବିଶ୍ୱ ସ୍ତରରେ ପ୍ରଶଂସିତ ହେଉଛି। ରାଜ୍ୟରେ ଫାଇଲିନ୍‌ରୁ ଆରମ୍ଭ କରି ଫନି… ରାଜ୍ୟ ବାହରେ ପଶ୍ଚିମବଙ୍ଗରେ ଅମ୍ଫନ ହେଉ କି କେରଳ ବନ୍ୟା…ସବୁଠି ଓଡ଼ିଶା ବିପର୍ଯ୍ୟମୁକାବିଲାରେ ଉଦାହରଣ ସୃଷ୍ଟି କରିଛି। ଏବେ ମହାମାରୀ ବିପର୍ଯ୍ୟୟ ବେଳେ ଅକ୍ସିଜେନ ଯୋଗାଣରେ ଦେଶରେ ପ୍ରମୁଖ ଭୂମିକା ନେଉଛି ଓଡ଼ିଶା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.