Below header

ଭୁବନେଶ୍ୱରରେ ରିଙ୍ଗ ରୋଡ଼ ପ୍ରକଳ୍ପକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୧୧୨ କି.ମି. ରିଙ୍ଗରୋଡ ନିର୍ମାଣ ହେବ

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀ ଭୁବନେଶ୍ୱରରେ ରିଙ୍ଗ ରୋଡ଼ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ମାଣ ହେବାକୁ ଥିବା ଏହି ୬ ଲେନ୍‌ ବିଶିଷ୍ଟ ରିଙ୍ଗ ରୋଡ ଖୋର୍ଦ୍ଧା, ଭୁବନେଶ୍ୱର, ଆଠଗଡ, କଟକ ଓ ଚୌଦାର ଟାଉନ ଦେଇ ଯିବ । ସମୁଦାୟ ୧୧୨ କିଲୋମିଟର ରିଙ୍ଗରୋଡ ନିର୍ମାଣ ହେବ । ଏହି ପ୍ରକଳ୍ପକୁ ୩୦ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ରାଜ୍ୟ ସରକାର ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଲାଗି ୬ ଶହ କୋଟି ଟଙ୍କା ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କୁ ଯୋଗାଇ ଦେବେ । ରାଜଧାନୀ ଭୁବନେଶ୍ୱରର ଏହି ରିଙ୍ଗ ରୋଡ ପ୍ରକଳ୍ପ ସାମାଜିକ ଓ ଅର୍ଥନୈତିକ ବିକାଶରେ ବେଶ ସହାୟକ ହେବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.