ଇଣ୍ଡୋନେସିଆର ବୁଡ଼ାଜାହାଜ ଭାରତ ମହାସାଗରରେ ନିଖୋଜ, ଖୋଜୁଛି ଭାରତୀୟ ନୌସେନା

ବିଶାଖାପାଟଣା : ଭାରତ ମହାସାଗରରେ ନିଖୋଜ ହୋଇଯାଇଛି ଇଣ୍ଡୋନେସିଆର ଏକ ବୁଡ଼ା ଜାହାଜ । ଏଥିରେ ଥିବା ୫୩ ଜଣ କର୍ମଚାରୀ ନିଖୋଜ ହୋଇଯାଇଛନ୍ତି । ଏହାର ସନ୍ଧାନରେ ଭାରତ ନୌସେନାର ଏକ ସନ୍ଧାନୀ ଜାହାଜ ନିୟୋଜିତ ରହିଥିବା ଜଣାଯାଇଛି ।
ଜର୍ମାନୀରେ ନିର୍ମିତ ଏହି ଲଢ଼ୁଆ ବୁଡ଼ା ଜାହାଜ କେଆରଆଇ ନାଙ୍ଗୋଲା-୪୦୨ ବାଲି ଉପକୂଳରେ ଅନୁଷ୍ଠିତ ଏକ ନିୟମିତ ସାମରିକ ଅଭ୍ୟାସ ସମୟରେ ନିଖୋଜ ହୋଇଯାଇଥିଲା ।

ଏହି ବୁଡ଼ାଜାହାଜକୁ ଖୋଜିବାକୁ ଇଣ୍ଡୋନେସିଆ ନୌସେନା ବିଫଳ ହେବା ପରେ ବନ୍ଧୁରାଷ୍ଟ୍ରମାନଙ୍କ ସହଯୋଗ ଲୋଡ଼ିଥିଲା । ଫଳରେ ଭାରତ, ସିଙ୍ଗାପୁର ଓ ମାଲେସିଆର ନୌସେନା ପକ୍ଷରୁ ସନ୍ଧାନୀ ଜାହାଜ ପଠାଯାଇ ତଲାସୀ ଅଭିଯାନ ଆରମ୍ଭ ହୋଇଛି । ଭାରତୀୟ ନୌସେନା ସୂତ୍ରରୁ ଜଣାପଡ଼ିଛି ଯେ ବିଶାଖାପାଟଣାରୁ ଏକ ଡିପ ସବମର୍ଜ୍ ରେସକ୍ୟୁ ଭେସେଲ (ଡିଏସଆରଭି) ପଠାଯାଇ ନିଖୋଜ ବୁଡ଼ାଜାହାଜର ସନ୍ଧାନ କରାଯାଉଛି । ବିଶ୍ବର ଅଳ୍ପ କେତେକ ନୌସେନା ପାଖରେ ଡିଏସଆରଭି ରହିଛି ଓ ଏହି ଟେକନଲୋଜୀ ବ୍ୟବହାର କରି ଏପରି ତଲାସୀ ଅଭିଯାନ କରିବାର କ୍ଷମତା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.