Below header

ଆଜି ରାଜ୍ୟରେ ସୁସ୍ଥ ହେଲେ ୨୧୭ ଜଣ କରୋନା ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟବାସୀଙ୍କ ପାଇଁ  ଖୁସି ଖବର । ଆଜି ସୁସ୍ଥ ହେଲେ ଆଉ ୨୧୭ ଜଣ କରୋନା ଆକ୍ରାନ୍ତ । ଟ୍ବିଟ କରି ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ। ଏହି  ସୁସ୍ଥ ମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୯୬ ଜଣ, ଖୋର୍ଦ୍ଧାରୁ ୧୮ ଜଣ, ବାଲେଶ୍ଵରରୁ ୧୬ ଜଣ, ମୟୁରଭଞ୍ଜରୁ ୧୫ ଜଣ, ବରଗଡ଼ରୁ ୧୩ ଜଣ, କେନ୍ଦୁଝରରୁ ୧୨ ଜଣ, ଝାରସୁଗୁଡ଼ାରୁ ୮ ଜଣ, ମାଲକାନଗିରିରୁ ୭ ଜଣ, ଯାଜପୁରରୁ ୬ ଜଣ , ଜଗତ୍ସିଂହପୁରରୁ ୩ ଜଣ, ବଲାଙ୍ଗୀରରୁ ଜଣେ , ଅନୁଗୁଳ ଓ କଟକରୁ ୫ ଜଣ , କେନ୍ଦ୍ରାପଡା ଓ ସୋନପୁରରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଢେଙ୍କାନାଳ ଓ ପୁରୀରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ବୋଲି ଟ୍ବିଟ କରି ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ । ଏହି ସୁସ୍ଥମାନଙ୍କୁ ମିଶାଇ ବର୍ତ୍ତମାନ ରାଜ୍ୟରେ ୬୭୦୩ ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି।


ସୂଚନା ଅନୁଯାୟୀ ଆଜି ରାଜ୍ୟରେ ସର୍ବାଧିକ ୫୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୪୦୩ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୬୮ ଟି ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.