Below header

ବିଜୟ ମହାନ୍ତିଙ୍କ ନାଁରେ ସୋସିଆଲ ମିଡିଆରେ ଅପପ୍ରଚାର ଘଟଣା, ତାତିଲେ ଓଲିଉଡ୍ କଳାକାର ଏକାଠି ହୋଇ ଥାନାରେ ଦେଲେ ଏତଲା

ଭୁବନେଶ୍ୱର (କେ ନ୍ୟୁଜ୍‌) : ସୋସିଆଲ ମିଡିଆରେ ମିଥ୍ୟା ପ୍ରଚାର ଅସହ୍ୟ ହେଲାଣି । ବଞ୍ଚିଥିବା ଲୋକକୁ ବି ମାରି ଦେଉଛନ୍ତି । ଏମିତିକି ସେଲିବ୍ରିଟି ମଧ୍ୟ ବାଦ୍ ପଡୁ ନାହାନ୍ତି । ଏବେ ଯାହା ଘଟିଛି ଓଲିଉଡ୍‌ର ବରିଷ୍ଠ କଳାକାର ବିଜୟ ମହାନ୍ତିଙ୍କ କ୍ଷେତ୍ରରେ । ଯାହାକୁ ନେଇ ଓଲିଉଡ୍ କଳାକାରଙ୍କ ଭିତରେ ଭୀଷଣ ଅସନ୍ତୋଷ ସୃଷ୍ଟି ହୋଇଛି । ଗତକାଲି ରାତିରେ କେହି ଜଣେ ବ୍ୟକ୍ତି ଅସୁସ୍ଥ ଥିବା ବିଜୟ ମହାନ୍ତିଙ୍କ ନାମରେ ଅପପ୍ରଚାର କରିଥିଲେ । ଯାହାକୁ ନେଇ ପ୍ରବଳ ହଇଚଇ ହୋଇଛି । ଏହା ବିରୋଧରେ ଆଜି ଏକାଠି ହୋଇଛନ୍ତି ବଲିଉଡ୍ କଳାକାର । ଅନେକ ବରିଷ୍ଠ ଅଭିନେତା ଓ ଅଭିନେତ୍ରୀ ଆଜି କ୍ୟାପିଟାଲ ଥାନାକୁ ଆସି ଏତଲା ଦେବା ସହ ସୋସିଆଲ ମିଡିଆରେ ଏଭଳି ଖବର ପ୍ରକାଶ କରିଥିବା ବ୍ୟକ୍ତି ବିରୋଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି । ଓଡ଼ିଶା ସିନେ ଆର୍ଟିଷ୍ଟ ଆସୋସିଏସନ୍ ପକ୍ଷରୁ ଏହି ଏତଲା ଦିଆଯାଇଛି ।

FIR-1

ଆଜି ଉତ୍ତମ ମହାନ୍ତି, ଶ୍ରୀତମ ଦାସ, ଅଶ୍ରୁ ମୋଚନ ମହାନ୍ତି, ସ୍ନିଗଧା ମହାନ୍ତି ପ୍ରମୁଖ କଳାକାରମାନେ କ୍ୟାପିଟାଲ ଥାନା ଆସି ସେଠାରେ ଏତଲା ଦେଇଥିଲେ । ପରେ ସେମାନେ କମିଶନରେଟ୍ ପୋଲିସ୍ କାର‌୍ୟ୍ୟାଳୟ ଯାଇ ସେଠାରେ ପୋଲିସ୍ କମିଶନର୍‌ଙ୍କୁ ଭେଟି ଏଭଳି ଘଟଣା ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜଣାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.