ସରୋଜ ଖାନ୍‌ଙ୍କ ବାୟୋପିକ୍‌ ତିଆରି କରିବେ ଏହି ନିର୍ଦ୍ଦେଶକ, ନିଜେ ସରୋଜ ଦେଇଥିଲେ ଅନୁମତି

ଦିବଂଗତ କୋରିଓଗ୍ରାଫର ସରୋଜ ଖାନ୍‌ଙ୍କ ଜୀବନ ଉପରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଏହି ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ଫିଲ୍ମ ନିର୍ଦ୍ଦେଶକ ତଥା କୋରିଓଗ୍ରାଫର ରେମୋ ଡିସୁଜା। ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି ଯେ କଳଙ୍କ ଫିଲ୍ମର ସୁଟିଂ ବେଳେ ସେ ସରୋଜଙ୍କ ସହ ଏ ବାବଦରେ କଥା ହୋଇଥିଲେ। ସରୋଜ ମଧ୍ୟ ଏଥିପାଇଁ ହଁ ଭରିଥିବା କହିଛନ୍ତି ରେମୋ ଡିସୁଜା।

Remo D'Souza to helm a biopic on choreographer Saroj Khan's life

ସରୋଜଙ୍କ ନିଧନ ପରେ ଏକ ଇଣ୍ଟରଭ୍ୟୁରେ ତାଙ୍କ ଝିଅ ସୁକେନା ନାଗପାଳ କହିଥିଲେ ତାଙ୍କ ମା’ଙ୍କ ସହ ବାୟୋପିକ୍‌ ପାଇଁ ତିନିଜଣ କଥାବାର୍ତ୍ତା ହୋଇଥିଲେ। ସେମାନଙ୍କ ମଧ୍ୟରେ କୁନାଲ କୋହଲି, ବାବା ଯାଦବ ଓ ରେମୋ ଡିସୁଜା ଅଛନ୍ତି। ଏମାନଙ୍କ ମଧ୍ୟରୁ ସରୋଜ ଖାନ୍‌ ରେମୋଙ୍କୁ ହଁ କହିଥିଲେ। ସୁକେନା କହିଛନ୍ତି ଯେ ଜଣେ କୋରିଓଗ୍ରାଫର ଜୀବନରେ ଆସୁଥିବା ସମସ୍ୟାକୁ ଜଣେ କୋରିଓଗ୍ରାଫର ହିଁ ଭଲ ଭାବେ ବୁଝିପାରିବ। ଏଣୁ ରେମୋ ହିଁ ସବୁଠୁ ଭଲ ବାୟୋପିକ୍‌ ତିଆରି କରିପାରିବେ।

छोटी बेटी सुकैना ने सरोज खान को कुछ ...

 

ଏନେଇ ରେମୋ କହିଛନ୍ତି ଯେ ସରୋଜଙ୍କ ବାୟୋପିକ୍‌ ତିଆରି କରିବା କଥା ଏବେ କହିବା ଠିକ୍‌ ହେବ ନାହିଁ। ଏନେଇ ଶେଷ ଥର ପାଇଁ କଳଙ୍କ ଫିଲ୍ମ ସୁଟିଂ ବେଳେ କଥା ବାର୍ତ୍ତା ହୋଇଥିଲା। ସରୋଜ ଜୀ ମଧ୍ୟ ହଁ କହିଥିଲେ। କିନ୍ତୁ ଏ ବିଷୟରେ ମୁଁ କୌଣସି ପ୍ରସ୍ତୁତି କରିନାହିଁ। ତାଙ୍କ ଜୀବନ ଉପରେ ବି ରିସର୍ଚ୍ଚ କରିନାହିଁ। ତାଙ୍କ ଜୀବନରେ ଅନେକ କଠିନ ସମୟ ଆସିଛି। ତାଙ୍କ ଭୂମିକାରେ ଅଭିନୟ କରିବା ପାଇଁ ଜଣେ ସେଭଳି କଳାକାର ଦରକାର। ଦେଶର ସ୍ଥିତି ସୁଧୁରିବା ପରେ ମୁଁ କାମ ଆରମ୍ଭ କରିବି ବୋଲି କହିଛନ୍ତି ରେମୋ।

Veteran Bollywood choreographer Saroj Khan passes away - The ...

ସୂଚନାଯୋଗ୍ୟ ଯେ ଗତ ଶୁକ୍ରବାର ଦିନ ସରୋଜ ଖାନ୍‌ଙ୍କ ମୃତ୍ୟୁ ଘଟିିଛି। ସେ ଦୀର୍ଘ ଦିନ ହେଲା ଗମ୍ଭୀର ରୋଗରେ ପୀଡ଼ିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.