Below header

ଆଜି ୩୦ ଜିଲ୍ଲାରୁ ୩୭୦୪ କରୋନା ଆକ୍ରାନ୍ତ ସୁସ୍ଥ, ସର୍ବାଗ୍ରେ ରହିଛି ଖୋର୍ଦ୍ଧା ଜିଲ୍ଲା

କେନ୍ୟୁଜ୍(ବ୍ୟୁରୋ): ଆଜି ୩୦ ଜିଲ୍ଲାରୁ ୩୭୦୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ସୁସ୍ଥ ହୋଇଥିବା ଜିଲ୍ଲାମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ସର୍ବାଗ୍ରେ ରହିଛି। ଆଜି ସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଖୋର୍ଦ୍ଧାର ୭୯୬,କଟକର ୩୨୦, ପୁରୀର ୨୫୬,ଝାରସୁଗୁଡା ୧୫୧,କେନ୍ଦ୍ରାପଡାର ୧୪୭, ବଲାଙ୍ଗିରର ୧୩୬, ସୁନ୍ଦରଗଡର ୧୩୬, ବରଗଡର ୧୩୨,ମୟୂରଭଞ୍ଜର ୧୨୦,ନବରଙ୍ଗପୁର ୧୨୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିଭଳି ଯାଜପୁର ୧୧୩, ସମ୍ବଲପୁରର ୧୧୧,କୋରାପୁଟର ୯୯,ରାୟଗଡାର ୯୮,ଜଗତସିଂହପୁରର ୯୦, କନ୍ଧମାଳର ୮୫,ଭଦ୍ରକ ୭୬,ବାଲେଶ୍ବର ୭୩,କେନ୍ଦୁଝରର ୭୨, ସୋନୁପରର ୬୫,ଗଞ୍ଜାମର ୫୫,ବୌଦ୍ଧର ୫୧,ଢେଙ୍କାନାଳର ୩୯, ନୟାଗଡର ୩୬, କଳାହାଣ୍ଡିର ୩୪, ମାଲକାନଗିରିର ୨୭,ଦେବଗଡର ୨୩, ଅନୁଗୁଳର ୨୨,ଗଜପତିର ୨୨,ନୂଆପଡାର ୧୧, ଷ୍ଟେଟପୁଲର ୧୮୮ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି ବୋଲି ଟ୍ବିଟ  ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୧୪ ୯୩୭୯ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.