Below header

ଏବେ ଭଡାଟିଆ ମଧ୍ୟ ଅଲଗା ଭାବେ ନେଇପାରିବେ ବିଜୁଳି କନେକ୍ସନ, କେନ୍ଦ୍ର ସରକାର ଆଣିଲେ ଏହି ନୂଆ ନିୟମ

କେନ୍ଦ୍ର ସରକାର ବହୁତ ଜଲଦି ବିଜୁଳି ଉପଭୋକ୍ତାମାନଙ୍କ ପାଇଁ ଏକ ନୂଆ ନିୟମ ଆଣିବାକୁ ଯାଉଛନ୍ତି। ଦେଶରେ ପ୍ରଥମ ଥର ଉପଭୋକ୍ତାମାନଙ୍କ ଅଧିକାରର ସୁରକ୍ଷା ପାଇଁ କେନ୍ଦ୍ର ସରକାର ନୂଆ ଖସଡ଼ା ପ୍ରସ୍ତୁତ କରିଛନ୍ତି। ନୂଆ ଖସଡ଼ା ଆସିବା ପରେ ନିର୍ଦ୍ଧାରିତ ରେଟଠାରୁ ଅଧିକ ଦରରେ ବିଜୁଳି ବିଲ ଆଦାୟ କରିବା ବେଆଇନ ହେବ।

a

କେନ୍ଦ୍ର ସରକାର ଯେଉଁ ଖସଡ଼ା ପ୍ରସ୍ତୁତ କରିଛନ୍ତି, ତାହା ଅନୁସାରେ, ଯଦି କେହି ଘର ମାଲିକ ସବ ମିଟର ଲଗାଇ ଭଡାଟିଆଙ୍କୁ ବିଜୁଳି ବିକିଥାଏ, ତା’ ଉପରେ ବି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ବିଦ୍ୟୁତ ବିନିୟାମକ ଆୟୋଗକୁ ଏ ନେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି।

ଶକ୍ତି ମନ୍ତ୍ରାଳୟ ମୁତାବକ, ଉପଭୋକ୍ତାମାନଙ୍କୁ ଉତ୍ତମ ସେବା ଏବଂ ସୁବିଧା ପ୍ରଦାନ କରିବା ହେଉଛି ନୂଆ ବିଲର ଉଦ୍ଦେଶ୍ୟ। କେନ୍ଦ୍ର ସରକାରଙ୍କ ନୂଆ ଖସଡ଼ାରେ ଏବେ ଭଡାଟିଆମାନଙ୍କ ପାଇଁ ବି ମିଟର ଲଗାଇବା ଅନିବାର୍ଯ୍ୟ କରି ଦିଆଯାଇଛି। ସେମାନେ ଅଲଗା ଭାବେ ବିଜୁଳି କନେକ୍ସନ ନେଇପାରିବେ।

s

ଭଡାଟିଆଙ୍କ ଭଡ଼ା ଏଗ୍ରିମେଣ୍ଟ ଆଧାରରେ ନୂଆ କନେକ୍ସନ ମିଳିବ। ଅଲଗା ମିଟର ଲଗାଇଲେ ଭଡାଟିଆ ନିର୍ଦ୍ଧାରିତ ଦରରେ ବିଲ ପୈଠ କରିପାରିବେ ଏବଂ ସେମାନଙ୍କୁ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଉଥିବା ସବସିଡିର ଲାଭ ମିଳିବ। ଏଥିପାଇଁ ଭଡାଟିଆଙ୍କୁ ବି ମିଟର ରେଣ୍ଟ ଦେବା ଅନିବାର୍ଯ୍ୟ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.