ଗବେଷକଙ୍କ ଦାବି : ଆୟୋଡିନ୍‌ ସଲ୍ୟୁସନ୍ ସମ୍ପୂର୍ଣ୍ଣଭାବେ ମାରିପାରିବ କରୋନା ଭାଇରସ୍‌କୁ

କରୋନା ଉପରେ ବିଜୟ ଆଣିବ ଆୟୋଡିନ୍‌ ସଲ୍ୟୁସନ୍‌ । ଏମିତି ତଥ୍ୟ ପ୍ରକାଶ କରିଛନ୍ତି ୟୁନିଭରସିଟି ଅଫ୍‌ କନେକ୍ଟିକୁଟ୍‌ ସ୍କୁଲ୍‌ ଅଫ୍‌ ମେଡିସିନ୍‌ର ଗବେଷକ । ତେବେ ଡାକ୍ତରଙ୍କ ବିନା ପରାମର୍ଶରେ କିମ୍ବା ନିଜେ ନିଜେ ଘରେ ଏହାକୁ ବ୍ୟବହାର ନକରିବାକୁ ଗବେଷକମାନେ ପରାମର୍ଶ ଦେଇଛନ୍ତି । ଆସନ୍ତୁ ଜାଣିବା କ’ଣ କୁହନ୍ତି ଏହି ଗବେଷକମାନେ ।

କରୋନା ଭାଇରସ୍‌ ପ୍ରାୟ ୧୦ ମାସ ହେବ ସାରା ବିଶ୍ୱରେ ତା’ର ତାଣ୍ଡବ ରଚାଇ ଚାଲିଛି । ଏଯାଏ ଏଥିରୁ ନିସ୍ତାର ପାଇବାର କୈାଣସି ମାଧ୍ୟମ ବାହାରି ପାରିନାହିଁ । ବିଶ୍ୱର ୫୦ରୁ ଉର୍ଦ୍ଧ୍ୱ ଦେଶରେ କରୋନା ଭାଇରସ୍‌ ପାଇଁ ଟିକା ପ୍ରସ୍ତୁତି ଚାଲିଛି । ହେଲେ ଏଯାଏ କୈାଣସି ବି ଦେଶ ଟିକା ପ୍ରସ୍ତୁତ କରିବାରେ ସଫଳ ହୋଇ ନାହାଁନ୍ତି । ଟିକା ଉପଲବ୍ଧ ହେବାର ସମୟ ଯେତେ ଗଡି ଗଡି ଚାଲିଛି । ଲୋକେ କରୋନାରୁ ମୁକ୍ତି ପାଇବାର ମାର୍ଗ ମଧ୍ୟ ସେତେ ଡେରି ହେବାରେ ଲାଗିଛି ।

iodine story.JPG-1

ତେବେ ଏହି ସମୟରେ ଏକ ଗବେଷଣାରୁ କରୋନା ଉପରେ ବିଜୟ ପାଇବାର କିଛି ଖବର ମିଳିଛି । ଏକ ଗବେଷଣା ଅନୁଯାୟୀ ଆୟୋଡିନ୍‌ ସଲ୍ୟୁସନ୍‌ ସମ୍ପୂର୍ଣ୍ଣ ଭାବେ କରୋନା ଭାଇରସ୍‌କୁ ମାରିବାରେ ସଫଳ ହେଉଥିବା ଜଣାପଡ଼ିଛି । ୟୁନିଭରସିଟି ଅଫ୍‌ କନେକ୍ଟିକୁଟ୍‌ ସ୍କୁଲ୍‌ ଅଫ୍‌ ମେଡିସିନ୍‌ର ଗବେଷକମାନେ କରୋନା ଭାଇରସ୍‌ ଉପରେ ଆୟୋଡିନ୍‌ ସଲ୍ୟୁସନ୍‌ର ୦.୫ %, ୧.୨୫ % ଓ ୨.୫ % କନ୍‌ସେଣ୍ଟ୍ରେସନ୍‌ ବ୍ୟବହାର କରିଥିଲେ ।

ସବୁ ଆୟୋଡିନର କନ୍‌ସେଣ୍ଟ୍ରେସନ୍‌ରେ କରୋନା ନିଷ୍କ୍ରିୟ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଏପରିକି ମାତ୍ର ୦.୫ % କନ୍‌ସେଣ୍ଟ୍ରେସନ୍‌ର ଆୟୋଡିନ୍‌ ସଲ୍ୟୁସନ୍‌ରେ କରୋନା ଭାଇରସ୍‌ ମାତ୍ର ୧୫ ସେକେଣ୍ଡ୍‌ରେ ସମ୍ପୂର୍ଣ୍ଣଭାବେ ନିଷ୍କ୍ରିୟ ହୋଇଯାଉଥିବା ମଧ୍ୟ ଗବେଷକମାନେ ଦେଖିବାକୁ ପାଇଥିଲେ । ପୂର୍ବରୁ ମଧ୍ୟ ଆୟୋଡିନ୍‌ ସଲ୍ୟୁସନ୍‌ ସାରସ୍‌ ଓ ମରସ୍‌ ଭାଇରସ୍‌କୁ ନିପାତ କରିବାରେ ସହାୟକ ହୋଇଥିବା ‘ଟାଇମ୍ସ ନାଓ’ ରିପୋର୍ଟରେ ପ୍ରକାଶ ପାଇଥିଲା ।

iodine story.JPG-2

ଏହି ସଲ୍ୟୁସନ୍‌କୁ ନାଜାଲ୍‌ ଡ୍ରପ୍ସ ଭାବେ ବ୍ୟବହାର କରି କରୋନାରୁ ମୁକ୍ତି ମିଳିପାରିବ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି । କରୋନା ରୋଗୀ ମେଡିକାଲକୁ ଆସିବା ବେଳେ ଏବଂ ମେଡିକାଲ୍‌, େଓ୍ଵଟିଂ ରୁମ୍‌ ଓ କ୍ଲିନିକ୍‌ରେ ଏହି ସଲ୍ୟୁସନ୍‌ ବ୍ୟବହାର କରିବାକୁ ଗବେଷକ ଉପଦେଶ ଦେଇଛନ୍ତି । ଯାହାଦ୍ୱାରା ଭାଇରସ୍‌ ଆଉ ଅଧିକ ସଂକ୍ରମିତ ହେବ ନାହିଁ ।

ଏହାକୁ ନାଜାଲ ଡ୍ରପ୍ସ ଭାବେ ବ୍ୟବହାର କଲେ ଭାଇରସ ଆଉ ଫୁସ୍‌ଫୁସକୁ ଯିବା ପୂର୍ବରୁ ନାକ ମଧ୍ୟରେ ମରିଯିବ । କରୋନା ଭାଇରସରେ ସଂକ୍ରମିତ ରୋଗୀ ଏହି ସଲ୍ୟୁସନ୍‌ ବ୍ୟବହାର କରିବା ଦ୍ୱାରା ଆଉ କ୍ରିଟିକାଲ୍‌ ଅବସ୍ଥାକୁ ଯିବେ ନାହିଁ ବୋଲି ଗବେଷକ ପ୍ରକାଶ କରିଛନ୍ତି । ଏୟାର ଡ୍ରପ୍‌ଲେଟ୍ସ ଓ ପବନରେ କରୋନା ଭାଇରସ ସଂକ୍ରମଣ ହେଉଥିବାରୁ ଆୟୋଡିନ୍‌ରେ ପ୍ରସ୍ତୁତ ନାଜାଲ ଡ୍ରପ୍ସ କରୋନାକୁ ଆଉ ଶରୀର ଭିତରକୁ ଯିବାକୁ ଦେବ ନାହିଁ । ନାକ ମଧ୍ୟରେ ଭାଇରସ୍‌କୁ ନିଷ୍କ୍ରିୟ କରିଦେବ ।

corna-3

ଜନବହୁଳ ରାଷ୍ଟ୍ରରେ ଭାଇରସ ଦ୍ରୁତ ଗତିରେ ସଂକ୍ରମିତ ହେବାର ଅଧିକ ଆଶଙ୍କା ଥିବାରୁ ଆୟୋଡିନ୍‌ ସଲ୍ୟୁସନ୍‌ ଭଲ କାମ କରିବ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି ।
ତେବେ ସାଧାରଣ ଲୋକେ ଏହାକୁ ଘରେ ବ୍ୟବହାର ନକରିବାକୁ ଗବେଷକମାନେ ଉପଦେଶ ଦେଇଛନ୍ତି । ଆୟୋଡିନ୍‌ ବ୍ୟବହାର ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ସହ ଡାକ୍ତରଙ୍କ ଉପସ୍ଥିତିରେ ବ୍ୟବହାର କରିବାକୁ ଗବେଷକମାନେ ପରାମର୍ଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.