Below header

ନାଗ ଦମ୍ପତିଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିଲେ ଶ୍ରଦ୍ଧାଞ୍ଜଳି, ED ଆଗରେ ବଖାଣିଛନ୍ତି ପାପ ପେଡ଼ିର କାହାଣୀ

ଭୁବନେଶ୍ୱର (କେନ୍ୟୁଜ): ଶ୍ରଦ୍ଧାଞ୍ଜଳି ଖୋଲିଲେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର । ED ଆଗରେ ବଖାଣିଛନ୍ତି ଅର୍ଚ୍ଚନାଙ୍କ ପାପ ପେଡ଼ିର କାହାଣୀ । ନୂଆ ତଥ୍ୟ ସାମନାକୁ ଆସିଛି । ସ୍ୱାମ ଜଗବନ୍ଧୁଙ୍କୁ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ସମ୍ପର୍କରେ ବିଶେଷ କିଛି ଜଣା ନାହିଁ । ବିଜନେସ ଓ କ୍ରାଇମ ପାର୍ଟନର ଖଗେଶ୍ୱର ରଚୁଥିଲେ ହନି ଟ୍ରାପ୍‌ର ବ୍ଲୁ ପ୍ରିଣ୍ଟ । କାହାକୁ କିଭଳି ଫସାଇବେ ସେନେଇ ଷଡଯନ୍ତ୍ର କରୁଥିଲା ଖଗେଶ୍ୱର ।

ଅର୍ଚ୍ଚନାଙ୍କ ଫାସରେ କିଏ ଫସିବେ, ସେହି ତାଲିକା ପ୍ରସ୍ତୁତ କରୁଥିଲେ ଅର୍ଚ୍ଚନା । ଅର୍ଚ୍ଚନନାଙ୍କ ନିର୍ଦ୍ଦେଶ କ୍ରମେ ଖଗେଶ୍ୱର ଭିଡିଓ ସୁଟିଂର ଦାୟିତ୍ୱ କୌଶଳ କ୍ରମେ ତୁଲାଉଥିଲେ । ପରେ ଅର୍ଚ୍ଚନା ସେମାନଙ୍କୁ ବ୍ଲାକମେଲ କରୁଥିଲେ । ଡିଲ ବେଳେ ଅର୍ଚ୍ଚନା ବସୁଥିଲେ ଟେବୁଲରେ । ଖଗେଶ୍ୱର ମଧ୍ୟ ଦୂରରେ ରହୁଥିଲେ । ଶ୍ରଦ୍ଧାଞ୍ଜଳି ହନି ଟ୍ରାପର ଶିକାର ହୋଇଥିବା ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାଁ EDକୁ କହିଛନ୍ତି । ଏଥିରେ ଅଛନ୍ତି ରାଜନେତା, ଫିଲ୍ମ ପ୍ରଯୋଜକ, ଶିଳ୍ପପତି, ଖଣି ମାଲିକ, ବ୍ୟବସାୟୀ, ଠିକାଦାର, ବରିଷ୍ଠ ଅଧିକାରୀ । ଶ୍ରଦ୍ଧାଞ୍ଜଳିଙ୍କୁ ବ୍ୟବହାର କରି କୋଟି କୋଟି ଟଙ୍କା କମାଇଛନ୍ତି ଅର୍ଚ୍ଚନା । ମୁହାଁମୁହିଁ ଜେରାରେ ଶ୍ରଦ୍ଧାଞ୍ଜଳି ED ଆଗରେ ଅର୍ଚନାଙ୍କ ଗୁମର ଖୋଲିଥିବା ବେଳେ ଅର୍ଚ୍ଚନା ଘଟଣାକୁ ସ୍ୱିକାର କରୁ ନଥିଲେ । EDକୁ ସବୁ ତଥ୍ୟ ଦେଇଛନ୍ତି ଶ୍ରଦ୍ଧାଞ୍ଜଳି । ED ତାକୁ ଆଧାର କରି ତାଲିକା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.